ସୋନୀରେ ବିଲୟ ହେବ ଜୀ’: ଗଢ଼ା ହେବ ନୂଆ କମ୍ପାନୀ, ୩ ମାସ ଭିତରେ ଆସିବ ସମ୍ପୂଣ୍ଣ ରୂପରେଖ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ଭାରତର  ପ୍ରମୁଖ ମନୋରଞ୍ଜନ କମ୍ପାନୀ ଜୀ ଏଣ୍ଟରଟେନ୍‌ମେଣ୍ଟ ଲିମିଟେଡ୍‌ ବା ଜିଲ୍‌  ଅନ୍ୟତମ ମିଡିଆ ଓ ମନୋରଞ୍ଜନ କମ୍ପାନୀ ସୋନି ପିକ୍ଚର୍ସ ଇଣ୍ଡିଆରେ ବିଲୟ ହେବ। ଆସନ୍ତା ୯୦ ଦିନ ଭିତରେ ଏହାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇ ନୂଆ କମ୍ପାନୀର ନାଁ ଘୋଷଣା କରାଯିବ। ତାହା ମଧ୍ୟ ଏକ ଲିଷ୍ଟେଡ୍‌ କମ୍ପାନୀ ହେବ ବୋଲି ଜୀଲ୍‌ ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସେପ୍ଟେମ୍ବର ୨୨ ତାରିଖର ବୈଠକ ନିଷ୍ପତ୍ତି ଅନୁସାରେ ଏହି ବିଲୟ ଦ୍ଵାରା ତିଆରି ହେବାକୁ ଥିବା ନୂଆ କମ୍ପାନୀରେ  ଜୀ ଏଣ୍ଟରଟେନ୍‌ମେଣ୍ଟ ଲିମିଟେଡ୍‌ର ୪୭.୦୭ ଅଂଶଧନ ରହିବ। ଠିକ୍‌ ସେହିପରି ସୋନୀ ଇଣ୍ଡିଆର ଅଂଶଧନ ପରିମାଣ ରହିବ ୫୨.୯୩%। ପରିଚାଳନା ବୋର୍ଡରେ ଜୀ ଏଣ୍ଟରଟେନ୍‌ମେଣ୍ଟ ପକ୍ଷରୁ ସିଇଓ ତଥା ପରିଚାଳନା ନିର୍ଦେଶକ ରହିବେ। କିନ୍ତୁ ଅନ୍ୟ ସମସ୍ତ ନିର୍ଦେଶକ ସୋନି ଇଣ୍ଡିଆର ରହିବ। ଅର୍ଥାତ୍‌ ସୋନି ଇଣ୍ଡିଆ ବଡ଼ଭାଇ ରୂପ ନେବ।

ଏହି ବିଲୟ ଭାରତୀୟ ଟେଲିଭିଜନ୍‌ ଦୁନିଆରେ ଏକ ବ୍ୟାପକ ପରିବର୍ତ୍ତନ ଆଣିବା ଆଶା ରହିଛି। କାରଣ ଉଭୟ ଦେଶରେ ଦୁଇଟି ପ୍ରମୁଖ ବ୍ରାଣ୍ଡ ହୋିଥିବାରୁ ଏବେ ଏହି ଦୁଇ ଚ୍ୟାନେଲ୍‌ବର୍ଗ ତଥା ବିଜ୍ଞାପନ ଦୁନିଆରେ ଅନେକ ପରିବର୍ତ୍ତନ ଆସିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।

Leave a Reply

Your email address will not be published. Required fields are marked *