ବିଟ୍ କଏନ୍ ନାଁରେ ୬୭ ଲକ୍ଷ ଚଳୁ: ମଧ୍ୟପ୍ରଦେଶ ଯୁବକଙ୍କୁ ଧରିଲା ଭୁବନେଶ୍ଵର ପୁଲିସ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): କ୍ରିପ୍ଟୋ କରେନ୍ସୀ ଅଥବା ଜନtଧାରଣରେ ଏବେ ବିଟ୍ କଏନ୍ ଭାବେ ବେଶୀ ପରିଚିତ ଥିବା ଡିଜିଟାଲ୍ ମୁଦ୍ରା କାରବାର ପାଇଁ ଲୋକଙ୍କୁ ଠକୁଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛନ୍ତି ଭୁବନେଶ୍ଵର ପୁଲିସ। ତାଙ୍କଠାରୁ ୬୭ ଲକ୍ଷ ୫୦ ହଜାର ଟଙ୍କା ଲାପ୍ଟପ୍ ଏବଂ ଗୋଟିଏ ମୋବାଇଲ୍ ଫୋନ୍ ବି ଜବତ କରିଛି।
ଏହି ଯୁବକଙ୍କ ନାଁ ଓମ୍ ପ୍ରକାଶ ଭାରୱତ୍। ମଧ୍ୟପ୍ରଦେଶର ମଣ୍ଡାଶୂର ଜିଲ୍ଲା ଖଡ଼ପାଳିଆ ଗାଁରେ ତାଙ୍କ ଘର। ସେ କିନ୍ତୁ ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା ବିଡିଏ ଡୁପ୍ଲେକ୍ସରେ ଅନେକ ଦିନ ହେଲା ରହି ଲୋକଙ୍କୁ ଠକୁୂଥିବା ଅଭିଯୋଗ ହୋଇଥିଲା। ଅଳ୍ପ ଦିନରେ ଟଙ୍କାକୁ ବହୁଗୁଣିତ କରିଦେବାରେ ସ୍ଵପ୍ନ ଦେଖାଇ ଲୋକଙ୍କୁ ଠକୁଥିବା ନେଇ ଖଣ୍ଡଗିରି ଥାନାରେ ଅଭିତଯୋଗ ହୋଇଥିଲା। ଲୋକଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନରେ ବି ପକାଉଥିଲା ଓମ୍ ପ୍ରକାଶ ।
ଖାଲି ନଗଦ ନୁହେଁ, ଫୋନ୍ପେ ଓ ଆକାଉଣ୍ଟ ମାଧ୍ୟମରେ ବି ସମ୍ ପ୍ରକାଶ ଲୋକଙ୍କଠୁ ଟଙ୍କା ନେଉଥିଲା। ଏହାକୁ ସେ କ୍ରିପ୍ଟୋ କରେନ୍ସୀ କିଣିବାରେ ବିନିଯୋଗ କରୁଥିବା ପୁଲିସ ଆଗରେ ପ୍ରକାଶ କରିଛି। ଏ ପ୍ରକାର ଠକେଇକୁ ନେଇ ପୁଲିସ ଅଧିକ ତର୍ଜମା କରୁଛି।