ଘରେ ରଖନ୍ତୁ ଦକ୍ଷିଣାବର୍ତ୍ତି ଶଙ୍ଖ, ଜାଣନ୍ତୁ ଏହାର ଚମତ୍କାରୀତା
ଯେ କୌଣସି ପୂଜା ହେଉ କିମ୍ବା କୌଣସି ଶୁଭ କାର୍ଯ୍ୟ, ତାହା ଶଙ୍ଖଧ୍ୱନୀ ସହିତ ଆରମ୍ଭ କରାଯାଏ । କୌଣସି ପୂଜାରେ ଶଙ୍ଖ ନଥିଲେ, ତାହା ସମ୍ପୂର୍ଣ୍ଣ ନୁହେଁ ବୋଲି ବିଶ୍ୱାସ ରହିଛି । ଭାରତୀୟ ଶାସ୍ତ୍ର ପୁରାଣ ଅନୁଯାୟୀ ବିଭିନ୍ନ ପ୍ରକାର ଶଙ୍ଖ ରହିଛି । ସମସ୍ତ ଶଙ୍ଖର ଭିନ୍ନ ଭିନ୍ନ ଆବଶ୍ୟକତା ଓ ଚମତ୍କାରିତା ଅଛି ।
ସେଥି ମଧ୍ୟରୁ ଦକ୍ଷିଣାବର୍ତ୍ତ ଶଙ୍ଖ ଅନ୍ୟତମ । ଏହି ଶଙ୍ଖର ଅନେକ ଚମତ୍କାରୀ ଗୁଣ ରହିଛି, ଯାହାକି ବୋଧହୁଏ ଅନେକଙ୍କୁ ଜଣାନଥିବ । ତାହେଲେ ଆସନ୍ତୁ ଜାଣିବା –
୧- ପୂଜାସ୍ଥଳରେ ଏହି ଶଙ୍ଖ ରଖିବା ଦ୍ୱାରା ପରିବାରର ଆର୍ଥିକ ଉନ୍ନତି ସହିତ ସବୁକାର୍ଯ୍ୟରେ ସଫଳତା ଓ ଐଶ୍ୱର୍ଯ୍ୟପାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
୨- ଏହି ଶଙ୍ଖକୁ ପୂଜା କରୁଥିବା ବ୍ୟକ୍ତି ସବୁବେଳେ ବିଷାଦମୁକ୍ତ ଓ ପ୍ରସନ୍ନ ରହିଥାନ୍ତି ।
୩- ସକାଳେ ଏହି ଶଙ୍ଖରେ ପାଣି ରଖି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଦ୍ୱାରା ସମସ୍ତ ପ୍ରକାର ଆଖିଦୋଷ ଦୂର ହୋଇଥାଏ ବୋଲି ଶାସ୍ତ୍ରକାରମାନେ କହିଛନ୍ତି ।
୪- ରାତିରେ ଏହି ଶଙ୍ଖରେ ପାଣିଭର୍ତ୍ତି କରି ପୂଜାସ୍ଥଳରେ ରଖନ୍ତୁ । ସକାଳେ ଏହି ପାଣିକୁ ଘରେ ସିଂଚନ କରିବା ଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ ।
୫- ପ୍ରତିଦିନ ଏହି ଶଙ୍ଖକୁ ପୂଜା କରିବା ଦ୍ୱାରା ବ୍ୟବସାୟ କିମ୍ବା କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଆସିଥାଏ ।
୬- ଦକ୍ଷିଣାବର୍ତ୍ତି ଶଙ୍ଖକୁ ଦିନର ଚତୁର୍ଥ ପ୍ରହରରେ ପୂଜା କରିବା ଦ୍ୱାରା ସନ୍ତାନ ପ୍ରାପ୍ତି ହୋଇଥାଏ ।