ଆଜିଠୁ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜିଠୁ ଆରମ୍ଭ ହେବ ବିଧାନସଭାର ଶୀତ କାଳୀନ ଅଧିବେଶନ । ପ୍ରଥମ ଦିନ ଆରମ୍ଭରେ ଶୋକ ପ୍ରସ୍ତାବ ଆସିବ । ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ଖର୍ଚ୍ଚ ଦାବି ଉପସ୍ଥାପନ କରିବେ । ନଭେମ୍ବର ୨୬, ୨୭ ଓ ୨୮ରେ ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ୨୯ରେ ଅତିରିକ୍ତ ଖର୍ଚ୍ଚ ଦାବି ଗୃହରେ ପାରିତ ହେବ । ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା । ଏହି ଅଧିବେଶନ ୪୦ ଦିନ ବସିବ । ବିଧାନସଭା ଆରମ୍ଭ ପୂର୍ବରୁ ତିନି ପ୍ରମୁଖ ଦଳ ପ୍ରସ୍ତୁତ କରି ସାରିଛନ୍ତି ରଣନୀତି ।

ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଅଡୁଆରେ ପକାଇବା ପାଇଁ ବିଧାୟକ ଦଳ ବୈଠକରେ ଯୋଜନା ଚୂଡାନ୍ତ କରିଛନ୍ତି ବିରୋଧୀ । ଧାନ କିଣାରେ ଅବ୍ୟବସ୍ଥା, କୋଭିଡ୍ ଦୁର୍ନୀତି, ସୀମା ବିବାଦ, ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ, ଶିକ୍ଷା, ସ୍ବାସ୍ଥ୍ୟ ଅବ୍ୟବସ୍ଥା ନେଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।

ଏପଟେ ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ଉଠାଇବେ ବିଧାନସଭାରେ ଆଲୋଚନା ନେଇ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛି ବିଜେଡି । ସରକାରଙ୍କ ପକ୍ଷରୁ ୧୦ଟି ବିଲ୍ ଉପସ୍ଥାପିତ ହେବ । ଏ ମଧ୍ୟରୁ ୩ଟି ଅଧ୍ୟାଦେଶକୁ ଆଇନରେ ପରିଣତ କରାଯିବାକୁ ବିଲ୍ ଅଣାଯିବ ।

Leave a Reply

Your email address will not be published. Required fields are marked *