ତାଣ୍ଡବ କରୁଛି ବାତ୍ୟା: ପ୍ରକୋପ ରହିବ ଆହୁରି ୩ ଘଣ୍ଟା
ଭୁବନେଶ୍ବର, (ଓଡିଶା ଟାଇମ୍): ଦିନ ୧ଟା ସୁଦ୍ଧା ବାତ୍ୟାର ଲ୍ୟାଣ୍ଡଫଲ୍ ସରିବ ବୋଲି କହିଲେ SRC। ସକାଳ ୯ଟାରେ ବାତ୍ୟା ଲ୍ୟାଣ୍ଡଫଲ୍ ଆରମ୍ଭ ହୋଇଛି। ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା। ଲ୍ୟାଣ୍ଡଫଲ୍ ସରିବାକୁ ୩ରୁ ୪ ଘଣ୍ଟା ସମୟ ଲାଗିବ ବୋଲି କହିଲେ ଏସଆରସି। ଏବେ ପବନର ବେଗ ୧୩୦ରୁ ୧୪୦ କିମି ରହିଛି। ବାଲେଶ୍ୱର ଜିଲ୍ଲା ପାର୍ ହେବାକୁ ୫ରୁ ୬ ଘଣ୍ଟା ସମୟ ଲାଗିବ ଏବଂ ବାଲେଶ୍ୱର ପରେ ମୟୁରଭଂଜ ଯିବ, ସେଠି ୧୦୦ କିମି ପବନ ହେବ ବୋଲି କହିଲେ ଏସଆରସି।