ଆଜିଠୁ #Lockdown3:  ଜାଣନ୍ତୁ ଆପଣଙ୍କ ସହରରେ କେଉଁ କାରବାର ପାଇଁ ରହିଛି କଟକଣା

ତେବେ ପ୍ରଥମ ଓ ଦ୍ଵିତୀୟ ଲକ୍‌ଡାଉନ୍‌ ସମୟରେ ଯେଉଁ କଟକଣା ରହିଥିଲା ତାହା ତୃତୀୟ ଲକ୍‌ଡାଉନ୍‌ରେ ସାମାନ୍ୟ କୋହଳ ହୋଇଚି। ଦେଶରେ ସଂକ୍ରମିତ ଅଞ୍ଚଳକୁ ଚିହ୍ନଟ କରାଯାଇ  ତାହାକୁ ବିଭିନ୍ନ ଜୋନ୍‌ରେ ବିଭକ୍ତ କରାଯାଇଛି। ସଂକ୍ରମିତ ହାର, ଚିକିତ୍ସିତ ରୋକୀଙ୍କ ସଂଖ୍ୟା ଏବଂ ପରୀକ୍ଷଣ ହାରକୁ ନଜରରେ ରଖି ବିଭିନ୍ନ ଜିଲ୍ଲାକୁ ବିଭକ୍ତ କରାଯାଇଛି। ରାଜ୍ୟ ସରକାରଙ୍କୁ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ହାରକୁ ଲକ୍ଷ୍ୟ କରି ଜିଲ୍ଲାଗୁଡ଼ିକ ବର୍ଗୀକରଣ କରିବାକୁ କୁହାଯାଇଛି। ଏହିକ୍ରମରେ ଓଡ଼ିଶା ସରକାରଙ୍କ ପକ୍ଷରୁ ମେ’ ୩ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହି ବିଜ୍ଞପ୍ତିରେ ବିଭିନ୍ନ ଜିଲ୍ଲା ଓ ମ୍ୟୁନିସିପାଲିଟି ଜୋନ୍ କେଉଁ ବଗୀଭୁକ୍ତ କରାଯାଇଛଇ ତାହା ସ୍ଥିର କରାଯାଇଛି।
ରାଜ୍ୟର ରେଡ୍‌ ଜୋନ୍‌ ଅଞ୍ଚଳ
ରାଜ୍ୟର ୩ଟି ଜିଲ୍ଲା ଓ ଗୋଟିଏ ମ୍ୟୁନିସିପାଲିଟି କର୍ପୋରେସନ୍‌କୁ ଅତି ସଂକ୍ରମଣଶୀଳ ଅଞ୍ଚଳ ବା ରେଡ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ଵର, ଭଦ୍ରକ ଏବଂ ଯାଜପୁର। ଏହା ସହ ଭୁବନେଶ୍ଵର ମ୍ୟୁନିସିପାଲିଟି କର୍ପୋରେସନ୍‌ ( ଭୁବନେଶ୍ଵର ସହର)କୁ ରେଡ୍‌ଜୋନ୍‌ଭୁକ୍ତ କରାଯାଇଛି।
ପୁଣି ଏହି ରେଡ୍‌ଜୋନ୍‌ର ଯେଉଁ ଅଞ୍ଚଳରେ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି ଏବଂ ସେଠାରେ ଆକ୍ଟିଭ୍‌ ସର୍ଭିଲାନ୍ସ ଏବଂ ସାନିଟାଇଜେସନ୍‌ ପ୍ରକ୍ରିୟା ଚାଲିଛି ତାହାକୁ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।  ଜିଲ୍ଲା ପ୍ରଶାସନ ବା ବିଏମ୍‌ସି ପକ୍ଷରୁ ଏସବୁ ଅବରୋଧ ଅଞ୍ଚଳ ବାବଦୀୟ ସୂଚନା ଜାରି କରାଯାଇଛି। ଭୁବନେଶ୍ଵରରେ କୌଣସି ଅଞ୍ଚଳ ଅବରୋଧ ଅଞ୍ଚଳ ଭାବେ ଘୋଷିତ ନାହିଁ। ପୂର୍ବରୁ ୫ଟି ଜୋନ୍‌ ଘୋଷଣା କରଯାଇଥିଲା।
ଅରେଞ୍ଜ ଜୋନ୍‌ 
ଏହିସବୁ ଜିଲ୍ଲାରେ ପୂର୍ବରୁ ସଂକ୍ରମଣ ରହିଥିଲା। ଏବଂ  ଆଗକୁ ସଂକ୍ରମଣର ଆଶଙ୍କା ରହିଛି। ଏଣୁ ସରକାରଙ୍କ ପକ୍ଷରୁ ଏଗୁଡ଼ିକରେ ସାମାନ୍ୟ ଲକ୍‌ଡାଉନ୍‌କୁ କୋହଳ କରାଯାଇଥିଲେ ମଧ୍ୟ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲୋକଙ୍କ ଉପରେ କଟକଣା ଜାରି ହୋଇଛି। ରାଜ୍ୟର ୧୦ଟି ଜିଲ୍ଲା ଅରେଞ୍ଜ ଜୋନ୍‌ରେ ରହିଛି। ଏଗୁଡ଼ିକରେ ସଂକ୍ରମଣ ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକ ହେଉଛନ୍ତି: ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ଢେଙ୍ଖାନାଳ, କଳାହାଣ୍ଡି ଏବଂ ଗଞ୍ଜାମ୍‌। ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ଵର ରେଡ୍‌ ଜୋନ୍‌ ଅନ୍ତର୍ଭୁକ୍ତ।
ଗ୍ରୀନ ଜୋନ୍
ରାଜ୍ୟର ୧୬ ଜିଲ୍ଲାକୁ ସରକାରଙ୍କ ପକ୍ଷରୁ ଗ୍ରୀନ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବରୁ ଏହି ସଂଖ୍ୟା ୨୧ ଥିଲା। ମେ’ ତିନି ତାରିଖ ନିର୍ଦେଶାବଳୀରେ ଯେଉଁ ଜିଲ୍ଲାଗୁଡ଼ିକ ସବୁଜ ଅଞ୍ଚଳ ବର୍ଗ ଭିତରେ ଆସୁଛନ୍ତି ସେଗୁଡ଼ିକ ହେଲା: ଅନୁଗୁଳ, ବରଗଡ଼, ବୌଦ୍ଧ, ସମ୍ବଲପୁର, ଗଜପତି, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ମୟୁରଭଞ୍ଜ, ନବରଙ୍ଗପୁର, ନୟାଭଡ଼, ନୂଆପଡ଼ା, ରାୟଗଡ଼ା, ସୋନପୁର, କଟକ ଏବଂ ପୁରୀ।

କେଉଁ କାର୍ଯ୍ୟ ସବୁ ଜୋନ୍‌ରେ ବାରଣ 

  • ବସ୍‌, ଟ୍ରେନ୍‌, ବିମାନ ଚଳାଚଳକୁ ବାରଣ କରାଯାଇଛି। କିନ୍ତୁ ମେଡିକାଲ୍‌, ସୁରକ୍ଷା କାର୍ଯ୍ୟରେ ଏସବୁ ଗ୍ରହଣୀୟ। ପୁଣି ଗୃହମନ୍ତ୍ରଣାଳୟ ଦ୍ଵାରା ଅନୁମତି ପାଇଥିବା ଏହି ଶ୍ରେଣୀୟ ସୁବିଧା ଚାଲି ପାରିବ।
  • ମେଡିକାଲ୍‌ କାରଣ ବା ଗୃହ ମନ୍ତ୍ରଣାଳୟର ଅନୁମତି ବିନା କୌଣସି ବ୍ୟକ୍ତିର ଆନ୍ତଃରାଜ୍ୟ ଯାତାୟାତ।
  • ସମସ୍ତ ସ୍କୁଲ୍‌ କଲେଜ, ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ବାରଣ। କିନ୍ତୁ ଅନ୍‌ଲାଇନ୍‌ ରେ ପାଠପଢ଼ା ଚାଲିପାରିବ।
  • ସିନେମାହଲ୍‌, ଶପିଂ ମଲ, ଜିମ୍‌, ସ୍ପୋର୍ଟସ କଂପ୍ଲେକ୍ସ, ସ୍ଵିମିଂ ପୁଲ, ଏଣ୍ଟରଟେନ୍‌ମେଣ୍ଟ ପାର୍କ, ଟିଏଟର, ବାର୍‌, ଅଡିଟୋରିୟମ୍‌ ପ୍ରଭୃତି
  • ସମସ୍ତ ସାମାଜିକ, ସାଂସ୍କୃତି, ରାଜନୀତିକ ଶୈକ୍ଷିକ, ତଥା ଧାର୍ମିକ ସମାବେଶ।
  • ସମସ୍ତ ଧାର୍ମିକ ଅନୁଷ୍ଠାରେ ଭକ୍ତଙ୍କ ସମାଗମ

ରେଡ୍‌ ଜୋନ୍‌ ( ହଟ୍‌ସ୍ପଟ) ରେ କ’ଣ ମନା 

ଅବରୋଧ ଅଞ୍ଚଳକୁ ଛାଡ଼ି ହଟ୍‌ସ୍ପଟ ବା ଅତି ସଂକ୍ରମଣଶୀଳ ଅଞ୍ଚଳକୁ କେଉଁ ସେବା ମନା ତାହାର ଏକ ବିବରଣୀ ଏଠାରେ ଦିଆଗଳା। ଏହି ପ୍ରତିବନ୍ଧକସବୁ ଲକ୍‌ଡାଉନ୍‌ ସମୟରେ ଲାଗୁ ହେବ। ଓଡ଼ିଶାର ୩ଟି ଜିଲ୍ଲା ଭଦ୍ରକ, ବାଲେଶ୍ଵର, ଯାଜପୁର ଏବଂ ଭୁବନେଶ୍ଵର ମ୍ୟୁନିସିପାଲିଟି କର୍ପୋରେସନ୍‌ ଅଞ୍ଚଳକୁ ରେଡ୍‌ ଜୋନ୍‌ ଭାବେ ଚିହ୍ନିତ କରାଯାଇଛି।

  • ଉପରୋକ୍ତ ସମସ୍ତ ସେବା ଓ କାରବାର
  • ରିକ୍ସା, ବା ଅଟୋ ରିକ୍ସା
  • ଟ୍ୟାକ୍ସି ସେବା ଅଥବା କ୍ୟାବ୍ ସେବା
  • ଆନ୍ତଃ ଜିଲ୍ ବସ୍‌ ଚଳାଚଳ
  • ବାରିକ ଦୋକାନ, ସ୍ପା, ସାଲୋନ୍‌

କ’ଣ ଖୋଲା (ସର୍ତ୍ତମୂଳକ)

  • ଅନୁମତି ଥିବା ଚାରିଚକିଆ ବା ଦୁଇଚକିଆ। କାର୍‌ରେ କେବଳ ଡ୍ରାଇଭରଙ୍କୁ ଛାଡ଼ି ଆଉ ଦୁଇଜଣ ଯାତ୍ରୀ ବସିପାରିବେ।
  • ଦୁଇଚକିଆରେ ପଛରେ କାହାକୁ ବସିବା ଅନୁମତି ନାହିଁ।
  • ଟ୍ରାନ୍ସପୋର୍ଟ ଆଗ୍ରିଗେଟର ବା କ୍ୟାବ୍‌ ସେବା କେବଳ ଡାକ୍ତର ଏବଂ ଡାକ୍ତରଖାନା ଷ୍ଟାଫ୍‌ଙ୍କୁ ନେବା ଆଣିବା ଲାଗି ଉଦ୍ଦିଷ୍ଟ ହେବ। ଏହି ସେବା ପାଇଁ ସମ୍ପୃକ୍ତ ଗାଡ଼ିକୁ ପୂର୍ବରୁ ବାଣିଜ୍ୟ ବିଭାଗର ଅନୁମତି ନେବାକୁ ପଡ଼ିବ।
  • ଅତ୍ୟାବଶ୍ୟକ ସାମଗ୍ରୀ ଯେମିତି ଔଷଧ ବା ଡାକ୍ତରଖାନା ସାମଗ୍ରୀ ତିଆରି କରୁଥିବା ଅନୁଷ୍ଠାନ, ଆଇଟଇ ହାର୍ଡଓ୍ବେର ତିଆରି କରୁଥିବା ସଂସ୍ଥା, ପ୍ୟାକେଜିଂ ୟୁନିଟ୍‌ ଚାଲିପାରିବ। କିନ୍ତୁ ଏଠାରେ ସୋଶାଲ୍‌ ଡିଷ୍ଟାନ୍ସିଂ ପାଳନ କରିବାକୁ ହେବ।
  • ରେଡ୍‌ ଜୋନ୍‌ରେ ଆସୁଥିବା ଗ୍ରାମାଞ୍ଚଳରେ ସମସ୍ତ ଶିଳ୍ପ କାରଖାନାକୁ ଖୋଲିବା  ଏବଂ ସମସ୍ତ ନିର୍ବାଣ କାର୍ଯ୍ୟ ଆରମ୍ଭ  ବା ଚାଲୁ ପାଇଁ ଅନୁମତି ରହିଛି।
  • ସହରାଞ୍ଚଳରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଚାଲୁ ହେବ। କିନ୍ତୁ ଶ୍ରମିକ ବାହାରୁ ଆସିବେ ନାହିଁ।
  • ଅତ୍ୟାବଶ୍ୟକ ସାମଗ୍ରୀ ବିକୁଥିବା ସମସ୍ତ ଦୋକାନ, ମାର୍କେଟ୍‌ କଂପ୍ଲକ୍ସ
  • ସମସ୍ତ ଏକକ ଦୋକାନ, ସାହି ବସ୍ତି ତଥା ଆବାସିକ କଲୋନୀରେ ଖୋଲିଥିବା ଦୋକାନ
  • ଶପିଂ ପଲକୁ ଛାଡ଼ି ଗ୍ରାମାଞ୍ଚଳରେ ଥିବା ସମସ୍ତ ଦୋକାନ।
  • ଇ କମର୍ସ କାରବାର ଚାଲୁ ରହିବ। ଘରୋଇ ଅଫିସ ୩୩ ପ୍ରତିଶତ ଷ୍ଟାଫ୍‌ରେ କାମ ଚଳାଇବେ।
  • କେନ୍ଦ୍ରୀୟ ରାଜ୍ୟ ସରକାରୀ ଅଫିସ ପୁର୍ବ ନିର୍ଦ୍ଧାରଣ ନିୟମାବଳୀ ଅନୁସାରେ କାର୍ଯ୍ୟ କରିବେ।

ଅରେଞ୍ଜ ଜୋନରେ କେଉଁ କାର୍ଯ୍ୟକୁ ଅନୁମତି ରହିଛି ଆଉ କ’ଣ ନା

  • ଏହିସବୁ ଅଞ୍ଚଳରେ ନିମ୍ନ ସେବାସବୁକୁ ରାଜ୍ୟ ସରକାରଙ୍କ ନିୟମାବଳୀ ଅନୁସାରେ ଆସନ୍ତା କାଲିଠାରୁ ଅନୁମତି ରହିଛି।
  • ଜଣେ ଡ୍ରାଇଭର ଏବଂ ୨ଜଣ ପାସେଞ୍ଜରଙ୍କୁ ବସାଇ ଟ୍ୟାକ୍ସି ବା କ୍ୟାବ୍‌ ସେବା।
  • ଆନ୍ତଃ ଜିଲ୍ଲା ଯାତାୟାତ। କିନ୍ତୁ ଆନ୍ତଃ ଜିଲ୍ଲା ବା ଜିଲ୍ଲା ମଧ୍ୟରେ ବସ୍‌ ସେବାକୁ ଅନୁମତି ଦିଆଯାଇ ନାହିଁ। କେବଳ କ୍ୟାବ୍‌ ସେବା ବା ନିଜସ୍ଵ କାର୍‌ରେ ଯିବା ଆସିବା କରିହେବ। ଏଥିଲାଗି ଅତି ବେଶୀରେ ଦୁଇଜଣ ଯାତ୍ରୀ ଯାଇପାରିବେ।
  • ଅନ୍ୟ ସବୁ କାର୍ଯ୍ୟ ଯେଉଁଥିପାଇଁ ପ୍ରତିବନ୍ଧକ ଘୋଷଣା କରାଯାଇ ନାହିଁ।

ସବୁଜ ଅଞ୍ଚଳରେ ସମସ୍ତ କାର୍ଯ୍ୟ ପାଇଁ ଅନୁମତି ପ୍ରଦାନ କରାଯାଇଛି। ରାଜ୍ୟର ୧୬ ଜିଲ୍ଲାକୁ ସରକାରଙ୍କ ପକ୍ଷରୁ ଗ୍ରୀନ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବରୁ ଏହି ସଂଖ୍ୟା ୨୧ ଥିଲା।

 

#CoronaUpdates: ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ଟପିଲା

Leave a Reply

Your email address will not be published. Required fields are marked *