ଶୀତରେ ଥରୁଛି ସାରା ଓଡିଶା, ଦିନକରେ ୫ ଡିଗ୍ରୀ ଖସିଲା ତାପମାତ୍ରା

ଭୁବନେଶ୍ବର, (ଓଡିଶା ଟାଇମ୍) :ଶୀତରେ ଥରୁଛି ସାରା ଓଡିଶା । ହେଉଛି ଅସମ୍ଭାଳ ଶୀତ । ଶୁକ୍ରବାର ତୁଳନାରେ ଶନିବାର ରାତିରୁ ତାପମାତ୍ରା କମିବାର ସହ ବଢିଛି ଥଣ୍ଡା। ସେହିଭଳି ଝାରସୁଗୁଡ଼ାରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ୫.୨ ଡିଗ୍ରୀ କମି ୮.୨ ଡିଗ୍ରୀ ସେଲସିୟସରେ ପହଞ୍ଚିଥିବା ରେକର୍ଡ କରାଯାଇଛି। ଏତତ୍ ବ୍ୟତୀତ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ପୂର୍ବ ରାତି ତୁଳନାରେ ୫ ଡିଗ୍ରୀ କମିଛି । ଏଠାରେ ପାରଦ ୯.୫ ଡିଗ୍ରୀ ସେଲସିୟସରେ ପହଞ୍ଚିଛି ।

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ରାଜ୍ୟରେ ଶୀତ ପ୍ରକୋପ ଆହୁରି ବଢ଼ିବ । ଶନିବାର ଓ ରବିବାର ଭୀଷଣ ଥଣ୍ଡା ଅନୁଭୂତ ହେବ । ଆସନ୍ତା ୨୪ ଘଣ୍ଟାରେ ପାରଦ ଆହୁରି ୧-୨ରୁ ଡିଗ୍ରୀ କମିପାରେ । ତା’ପରେ ଉପକୂଳ ଓଡ଼ିଶାରେ ବିଶେଷ ପରିବର୍ତ୍ତନ ହେବନି । ଆସନ୍ତା ୩ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ କମ୍‌ ରହିପାରେ ।

ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ, ଉତ୍ତର ଦିଗରୁ ଥଣ୍ଡା ପବନ ସିଧା ରାଜ୍ୟ ଭିତରକୁ ପ୍ରବେଶ କରୁଛି । ଏହି ପବନ ଶକ୍ତିଶାଳୀ ଥିବାରୁ ପାରଦ ପୂର୍ବାନୁମାନଠାରୁ ମଧ୍ୟ ଅଧିକ ହ୍ରାସ ପାଇପାରେ । ଯଦି ପାରଦ ଆଉ ୩ ଡିଗ୍ରୀ କମିବ, ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ଶୀତ ବଢିବ ।

Leave a Reply

Your email address will not be published. Required fields are marked *