ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ବଢ଼ିଛି ଶୀତର ପ୍ରକୋପ। ଫୁଲବାଣୀ ସହର ସମେତ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି, ବେଲଘର, ରାଇକିଆ, ଜି. ଉଦୟଗିରି ଆଦି ଅଞ୍ଚଳରେ କୁହୁଡ଼ି ସାଙ୍ଗକୁ ଥଣ୍ଡା ଅନୁଭୂତ ହୋଇଛି ।
ସେହିପରି ଗତକାଲି ଫୁଲବାଣୀରେ ତାପମାତ୍ରା୧୫ ଡିଗ୍ରୀ ସେଲସିୟସକୁ ଖସିଆସିଥିଲା । ଲା-ନିନା ପ୍ରଭାବରେ ଶୀତର ପ୍ରକୋପ ଏବର୍ଷ ଅଧିକ ରହିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ଏବେ ସାରା ରାଜ୍ୟରେ ପାଗ ଶୁଖିଲା ରହିବ । ୧ ତାରିଖରେ ଉତ୍ତର ଓଡ଼ିଶାର କେତୋଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।
ସେପଟେ ଗତକାଲି ସାରା ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏବର୍ଷ ରାଜ୍ୟରେ ମୋଟ୍ ୧୧ଟି ଲଘୁଚାପ ହୋଇଛି । ଜୁନ୍ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ୮ଟି, କେବଳ ଅକ୍ଟୋବରରେ ହୋଇଛି ୩ଟି ଲଘୁଚାପ ।