ପାରିବାରିକ ବିବାଦ : ଥାନାର ଦ୍ୱାରସ୍ଥ ହେଲେ ବର୍ଷା ଓ ତାଙ୍କ ଶାଶୁ

କଟକ, (ଓଡିଶା ଟାଇମ୍) : କଟକ ପୁରୀଘାଟ ଥାନାର ଦ୍ବାରସ୍ଥ ହେଲେ ସାଂସଦ ଅନୁଭବଙ୍କ ମାଆ ମଧୁସ୍ମିତା ମହାନ୍ତି।ବର୍ଷାଙ୍କ ନାଁରେ ଥାନାରେ ଅଭିଯୋଗ କଲେ ଅନୁଭବଙ୍କ ମାଆ। ଘର ମରାମତି ପାଇଁ ବର୍ଷାଙ୍କୁ ୧୦ ଦିନ ପାଇଁ ଘର ଛାଡ଼ିବାକୁ କହିଥିଲେ। ହେଲେ ବର୍ଷା ଘର ଛାଡ଼ି ଯିବାକୁ ନାରାଜ। ବର୍ଷାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କୁ ଘରୁ ତଡିଦେବାକୁ ଯୋଜନା କରାଯାଉଛି, ରହିବା ପାଇଁ ଅନ୍ୟ କୌଣସି ବିକଳ୍ପ ନଥିବା ବେଳେ ତାଙ୍କୁ ଘର ଖାଲି କରିବାକୁ କୁହାଯାଉଥିବା ନେଇ ସେ ଏତଲାରେ ଉଲ୍ଲେଖ କରିଛନ୍ତି। ପୁଲିସ ଘରକୁ ଆସି ତଦନ୍ତ କରିବାକୁ ମଧ୍ୟ ଦାବି କରିଥିବା ଜଣାପଡ଼ିଛି।

ସେପଟେ ବର୍ଷାଙ୍କ ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ ହୋଇଛି। ମୋତେ ଜାଣିଶୁଣି ହଇରାଣ କରିବାକୁ ଚେଷ୍ଟା କରାଯାଉଛି ବୋଲି ବର୍ଷା କହିଛନ୍ତି। ଏମିତି କି ଘର ବାହାନାରେ ଘର ଛାଡ଼ିବାକୁ କହୁଛନ୍ତି ବୋଲି ବର୍ଷା ପାଲଟା ଅଭିଯୋଗ ଆଣିଛନ୍ତି।

ସୂଚନାଯୋଗ୍ୟ ଯେ, ବର୍ଷା ଏବଂ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲାରେ ସୁପ୍ରିମକୋର୍ଟଙ୍କ ମଧ୍ୟସ୍ଥତା କିମିଟି ମଧ୍ୟସ୍ଥତା କରିବେ । ସେପଟେ ସୁପ୍ରିମକୋର୍ଟରେ ବର୍ଷା ଟ୍ରାନ୍ସଫର ପିଟିସନ ମାମଲା ଦାୟର କରିଛନ୍ତି ।ସୁପ୍ରିମକୋର୍ଟ ଏହି ମାମଲାର ଡିସେମ୍ବର ୮ ତାରିଖରେ ଶୁଣାଣି କରିବେ। ଅନୁଭବଙ୍କ ଓକିଲ ଅଭୟ ଦୁବେ ଏହି ସୂଚନା ଦେଇଥିଲେ ।

 

Leave a Reply

Your email address will not be published. Required fields are marked *