ଭିଜିଲାନ୍ସ ଜାଲରେ ଟେକ୍ନିକାଲ କନ୍ସଲଟାଣ୍ଟ
କେନ୍ଦୁଝର, (ଓଡିଶା ଟାଇମ୍): ଭିଜିଲାନ୍ସ ଜାଲରେ ଟେକ୍ନିକାଲ୍ କନ୍ସଲଟାଣ୍ଟ । କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଟେକନିକାଲ କନ୍ସଲଟାଣ୍ଟ କ୍ଷେତ୍ରବାସୀ ମହାନ୍ତଙ୍କ ରେଡ଼୍ କରୁଛି ଭିଜିଲାନ୍ସ । ଏକକାଳୀନ ୪ଟି ସ୍ଥାନରେ ଚଢାଉ ଜାରି ରହିଛି ।
ଖବର ଅନୁଯାୟୀ, ଆୟ ବହିର୍ଭତ ସମ୍ପତ୍ତି ଠୁଳ ଅଭିଯୋଗରେ ଯୋଡ଼ା ବ୍ଲକ ଟେକ୍ନିକାଲ୍ କନ୍ସଲଟାଣ୍ଡ କ୍ଷେତ୍ରବାସୀ ମହାନ୍ତ । ଏକକାଳନୀ ଘର ସମେତ ବିଭିନ୍ନ ସ୍ଥାନରେ ରେଡ଼୍ ଜାରି ରଖିଛି ଭିଜିଲାନ୍ସ । ତେବେ ଚଢାଉ ହେଉଥିବା ସ୍ଥାନ ଗୁଡ଼ିକ ମଧ୍ୟରେ କେନ୍ଦୁଝର ସହର ପବିତ୍ରଡିହା ବାସଭାବନ, ସଦର ବ୍ଲକ ରଘୁନାଥପୁର ସ୍ଥିତ ପୈତୃକ ଘର, ଜଜପଶି ସ୍ଥିତ ଶ୍ୱଶୁର ଘର ଏବଂ ଯୋଡ଼ା କାର୍ଯ୍ୟାଳୟରେ ଜାରି ରହିଛି ଚଢାଉ । ବର୍ତ୍ତମାନ ସୁଦ୍ଧା ଚଢାଉରେ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ତାହା ସ୍ପଷ୍ଟ ଭାବେ ସୂଚନା ମିଳିନାହିଁ ।