ଭିଜିଲାନ୍ସ ଜାଲରେ ସୁପରଭାଇଜର

ଭଦ୍ରକ, (ଓଡିଶା ଟାଇମ୍): ଭିଜିଲାନ୍ସ ଜାଲରେ ସୁପରଭାଇଜର । ଭଦ୍ରକ ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜର ମଲ୍ଲିଲତା ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ଼୍‌ କରାଯାଉଛି । ବାସଭବନ ସମେତ ୪ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।

ଖବର ଅନୁଯାୟୀ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଜିଲ୍ଲା ସିଡିପିଓ କାର୍ଯ୍ୟାଳୟର ସୁପର ଭାଇଜର ମଲ୍ଲିଲତା ଦାସଙ୍କ ଘରେ ଭିଜିଲାନ୍ସ ରେଡ଼ । ଭଦ୍ରକ ସିଡିପିଓ ଙ୍କ କାର୍ଯ୍ୟାଳୟ , ଭଦ୍ରକ ସହରର ଆରଡ଼ି ଛକ ସ୍ଥିତ ବାସଭବନ, ଆମ୍ବରୋଲୀ ସ୍ଥିତ ଗାଁରେ ଘର ଆଦି ୪ଟି ସ୍ଥାନରେ ଭିଜିଲାନ୍ସ ଟିମର ଏକକାଳୀନ ଚଢ଼ାଉ ଜାରି ରହିଛି । ଏହି ଚଢାଉରେ ଭିଜିଲାନ୍ସର ୩ ଗୋଟି ଟିମ ସାମିଲ ରହିଛନ୍ତି । ତେବେ ଚଢାଉ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଛି ।ସମସ୍ତ କାଗଜପତ୍ର ଯାଞ୍ଚ କରୁଛି ଟିମ୍‌ ।ତେବେ ବର୍ତ୍ତମାନ ସୁଦ୍ଧା ୨ଟି ବିଲ୍ଡିଂ ଓ ୩ଟି କାର୍ ଜବତ ହୋଇଥିବାର ସୂଚନା  ମିଳିଛି ।

Leave a Reply

Your email address will not be published. Required fields are marked *