ଭିଜିଲାନ୍ସ ଜାଲରେ ପ୍ୟାକ୍ସ ସେକ୍ରେଟାରୀ

ବରଗଡ଼, (ଓଡିଶା ଟାଇମ୍): ଭିଜିଲାନ୍ସ ଜାଲରେ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରାଟାରୀ । ବରଗଡ଼ ଗାଈସିଲେଟ ବ୍ଲକ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରାଟାରୀ ଘନଶ୍ୟାମ ସାହୁ । ଏକକାଳୀନ ଅଫିସ ଓ ବାସଭବନରେ ଚାଲିଛି ଚଢାଉ ।

ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗାଈସିଲେଟ ବ୍ଲକ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରାଟାରୀ ଘନଶ୍ୟାମ ସାହୁ ରେଡ୍ ଜାରି ରହିଛି । ଏକାକାଳୀନ ତାଙ୍କ ବାସଭବନ ଓ ଅଫିସରେ ଚଢାଉ ଚାଲିଛି । ତେବେ ବର୍ତ୍ତମାନ ସୁଦ୍ଧା ୩ଟି ଜମି, ଗୋଟିଏ ସ୍କର୍ପିଓ ଗାଡି, ଗୋଟିଏ ଗ୍ଲାମର୍‌ ବାଇକ,   ସୁନାଗହଣା ଓ ନଗଦ ୧ ଲକ୍ଷ ୬୮ ହଜାର ଟଙ୍କା ଜବତ ହୋଇଛି ।

Leave a Reply

Your email address will not be published. Required fields are marked *