ବାସ୍ତୁ: ବେଡରୁମରେ ରଖନ୍ତୁ ନାହିଁ ଫ୍ଲାୱାର୍ ପଟ୍ ଓ ଆକ୍ୱୋରିୟମ୍

ବାସ୍ତୁଶାସ୍ତ୍ରରେ ଏଭଳି କିଛି ଛୋଟ ଛୋଟ ନିୟମ ରହିଛି ଯାହା ଆପଣଙ୍କ ବୈବାହିକ ଜୀବନରେ ଅନେକ ଖୁସି ନେଇଆସିବ । ବାସ୍ତୁଶାସ୍ତ୍ରକାରମାନଙ୍କ ମତରେ ବେଡରୁମରେ କେବେ ମଧ୍ୟ ଫ୍ଲାୱାର୍ ପଟ୍ କିମ୍ବା ଆକ୍ୱୋରିୟମ୍ ରହିବା ଉଚିତ୍ ନୁହେଁ । ଏହା ଫଳରେ ପତିପତ୍ନୀ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥାଏ । ଆଜିକାଲି ଫ୍ଲାୱାର୍ ବାଉଲରେ ସୁଗନ୍ଧଯୁକ୍ତ ପାଣି ରଖି ସେଥିରେ ଭାସମାନ ଫୁଲ ସଜାଯିବାର ଏକ ନୂଆ ଧାରା ଆରମ୍ଭ ହୋଇଛି । ଏହା ଦେଖିବାକୁ ଖୁବ୍ ସୁନ୍ଦର ଓ ଘରକୁ ଏହା ଏକ ନିଆରା ଲୁକ୍ ଦେଇଥାଏ ।

କିନ୍ତୁ ମନେ ରଖନ୍ତୁ ଏଭଳି ଫ୍ଲାୱାର୍ ପଟକୁ ବେଡରୁମରେ ରଖିବା ଉଚିତ୍ ନୁହେଁ । ଏହା ପତିପତ୍ନୀଙ୍କ ସମ୍ପର୍କରେ ତିକ୍ତତା ଆଣିବା ସହ ଘରେ ବାସ୍ତୁଦୋଷ ସୃଷ୍ଟି କରିଥାଏ । ଏହା ବ୍ୟତୀତ ବୋନସାଇ ପଦ୍ଧତି ଦ୍ୱାରା ଲଗାଯାଇଥିବା ଛୋଟ ଗଛ କିମ୍ବା କୌଣସି ଶୋ’ ଗଛକୁ ମଧ୍ୟ ବେଡରୁମରେ ରଖନ୍ତୁ ନାହିଁ । ସବୁବେଳେ ଏକ ଫୁଲଦାନିରେ ତାଜା ଫୁଲ ରଖନ୍ତୁ । ପ୍ରତିଦିନ ଏହାକୁ ବଦଳାନ୍ତୁ । ବେଡରୁମରେ ଆକ୍ୱୋରିୟମ୍ ମଧ୍ୟ ରଖିବା ଭଲ ନୁହେଁ । ଏହା ଘରେ ନକାରାତ୍ମକ ବାତାବରଣ ସୃଷ୍ଟି କରିଥାଏ । ତେଣୁ ଏହାକୁ ଘରର ଡ୍ରଇଂରୁମ୍ କିମ୍ବା ଡାଇନିଙ୍ଗ୍ ରୁମରେ ରଖିପାରିବେ ।

Leave a Reply

Your email address will not be published. Required fields are marked *