ଦୀପାବଳି ନା ଧନତେରାସ୍, କେଉଁଦିନ କିଣିବେ ଝାଡ଼ୁ?

ଆଗାମୀ ଧନତେରାସକୁ ଧୁମଧାମରେ ପାଳନ କରିବା ପାଇଁ ସମସ୍ତେ ବ୍ୟସ୍ତ । ସୁଖସମୃଦ୍ଧି ବୃଦ୍ଧି ସହିତ ରୋଗମୁକ୍ତ ହେବା ଓ ପରିବାରରେ ମଧ୍ୟରେ ଶାନ୍ତି ବଜାୟ ରଖିବାକୁ ଧନତେରାସ୍ରେ ମା’ ଲକ୍ଷ୍ମୀଙ୍କ ସହିତ କୁବେର ଓ ଧନ୍ୱନ୍ତରୀଙ୍କ ପୂଜାର୍ଚ୍ଚନା କରିବାର ବିଶେଷ ପରମ୍ପରା ରହିଛି । ଧନବୃଦ୍ଧି ପାଇଁ ଧନତେରାସ୍ ଦିନ ପ୍ରଥମେ ଗୋଟା ଧନିଆ, ଦ୍ୱିତୀୟରେ ପୂଜା ସାମଗ୍ରୀ, ତୃତୀୟରେ ପିତଳ କିମ୍ବା ରୋଷେଇ ପାଇଁ ପାତ୍ର ଏବଂ ଚତୁର୍ଥରେ ସୁନାରୁପା କିଣିବା ଅତ୍ୟନ୍ତ ଶୁଭ ବୋଲି ଧରାଯାଏ । କିନ୍ତୁ ଏସବୁ ସହିତ ଆଉ ଗୋଟିଏ ଜିନିଷ ମଧ୍ୟ ରହିଛି, ଯାହାକୁ କିଣିବା ଘର ପାଇଁ ମଙ୍ଗଳକାରକ ବୋଲି ମାନ୍ୟତା ରହିଛି ।

ସେହି ଜିନିଷଟି ହେଉଛି ଝାଡ଼ୁ । କିନ୍ତୁ ଝାଡ଼ୁ କିଣିବା ପାଇଁ ଉପଯୁକ୍ତ ଦିନ ହେଉଛି ଧନତେରାସ୍ । ଧନତେରାସ୍ ଦିନ ହିଁ ଝାଡ଼ୁ କିଣନ୍ତୁ । କିନ୍ତୁ କେବେ ମଧ୍ୟ ଦୀପାବଳି ଦିନ ଝାଡ଼ୁ କିଣନ୍ତୁ ନାହିଁ । କିନ୍ତୁ ମନେରଖନ୍ତୁ ଧନତେରାସରେ କେବେ ମଧ୍ୟ ଖଡ଼ିକା ଛାଡ଼ୁ କିମ୍ବା ପ୍ଲାଷ୍ଟିକ୍ ଝାଡ଼ୁ କିଣନ୍ତୁ ନାହିଁ । ଏଭଳି ଝାଡ଼ୁ କିଣିବା ଦ୍ୱାରା ଘରକୁ ଦରିଦ୍ରତା ଆସିଥାଏ । ତେଣୁ କେବଳ ଫୁଲ ଝାଡ଼ୁ ହିଁ କିଣନ୍ତୁ । କିନ୍ତୁ ନୂଆ ଝାଡ଼ୁ ଆଣି ଠାକୁର ଘରେ କିମ୍ବା ରୋଷେଇ ଘରେ ରଖନ୍ତୁ ନାହିଁ । ଘର ଓଲାଇବା ପରେ ତାହାକୁ କବାଟ ପାଖରେ ଠିଆ କରି ରଖନ୍ତୁ ନାହିଁ । ନିଜର କିମ୍ବା ଅନ୍ୟମାନଙ୍କ ଦୃଷ୍ଟି ନପଡ଼ିବା ଭଳି ସ୍ଥାନରେ ତାହାକୁ ଲୁଚାଇ ରଖନ୍ତୁ । ତେବେ ଆଗାମୀ ଧନତେରାସରେ ଆପଣ ମଧ୍ୟ ଫୁଲଝାଡ଼ୁ କିଣି ଆଣନ୍ତୁ ।

Leave a Reply

Your email address will not be published. Required fields are marked *