ପତଞ୍ଜଳିକୁ ଉତ୍ତରାଖଣ୍ଡ ଆୟୁର୍ବେଦିକ ବିଭାଗର ନୋଟିସ୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କରୋନା ଭାଇରସ ଔଷଧ ବାହାର କରିଥିବା ଦାବି କରିଥିବା ଯୋଗଗୁରୁ ରାମଦେବ ବାବାଙ୍କ ଆୟୁର୍ବେଦିକ ସଂସ୍ଥା ଦିବ୍ୟ ଫର୍ମାସୀ ବର୍ତ୍ତମାନ ଅଡୁଆରେ ପଡିଯାଇଛି । କମ୍ପାନୀକୁ ଥଣ୍ଡା କାଶ ଔଷଧ ତିଆରି କରିବାକୁ ମିଳିଥିଲା ଲାଇସେନ୍ସ କିନ୍ତୁ ପତାଞ୍ଜଳୀ କରୋନା ଔଷଧ ତିଆରି କରିବାକୁ ଦାବି କରିଥିଲା । ଏହାକୁ ଆଧାର କରି ବର୍ତ୍ତମାନ ନୋଟିସ ଜାରି କରାଯାଇଛି । ଷ୍ଟେଟ ଡ୍ରଗ୍ସ କଣ୍ଟ୍ରୋଲର (USDC)ଦିବ୍ୟ ଯୋଗ ଫର୍ମାସୀକୁ ନୋଟିସ ଜାରି କରିଛନ୍ତି । ନୋଟିସରେ ପଚରା ଯାଇଛି ଯେ ଦିବ୍ୟ ଯୋଗ ଫର୍ମାସୀ କରୋନା ଔଷଧ ତିଆରି କରିଥିବା ଦାବି କରୁଛି ତାର ଆଧାର କଣ ? ଫର୍ମାସୀ କରୋନା କିଟ ତିଆରି କରିବାକୁ ଅନୁମତି କେଉଁଠାରୁ ନେଇଥିଲା । ପୁଣି କିଟର ପ୍ରଚାର ପ୍ରସାର ପାଇଁ ଅନୁମତି କାହିଁକି ନେଇନଥିଲା ଫର୍ମାସୀ । ପତାଞ୍ଜଳୀ ଡ୍ରଗ ଆଣ୍ଡ କଣ୍ଟ୍ରୋଲର ଆକ୍ଟ-୧୯୪୦ ଧାରା ୧୭୦ ନିୟମ ଉଲଂଘନ କରି ଭ୍ରମ ପ୍ରଚାର କରିଥିବା କୁହାଯାଉଛି ।