ଆକାଶବାଣୀର ପୂର୍ବତନ ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ସିଂହଙ୍କ ପରଲୋକ

ଭୁବନେଶ୍ବର, (ଓଡିଶା ଟାଇମ୍): ଆକାଶବାଣୀର ପୂର୍ବତନ ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ସିଂହଙ୍କ ପରଲୋକ ହୋଇଯାଇଛି। ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି ବୋଲି ପୁଅ ଦିଲ୍ଲୀପ ପାହାଡ଼ସିଂହ ସୂଚନା ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟରେ ନବେ ଦଶକରେ ଆକାଶବାଣୀର ଲୋକପ୍ରିୟ ସମ୍ବାଦପାଠକ ଥିଲେ ଉପେନ୍ଦ୍ର କୁମାର ପାହାଡ଼ସିଂହ। ତାଙ୍କର ସମ୍ବାଦପଠନ ଶୈଳୀ ଶ୍ରୋତାମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟତା ଲାଭ କରିଥିଲା।

Leave a Reply

Your email address will not be published. Required fields are marked *