ଆଜି ବସିବ କେନ୍ଦ୍ରୀୟ ମନ୍ତ୍ରୀ ପରିଷଦର ବୈଠକ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆଜି ବସିବ କେନ୍ଦ୍ରୀୟ ମନ୍ତ୍ରୀ ପରିଷଦର ବୈଠକ । ରାଷ୍ଟ୍ରପତି ଭବନ ଅଡିଟୋରିୟମରେ ଏହି ବୈଠକ ବସିବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ଖବର ଅନୁଯାୟୀ, ଅପରାହ୍ନ ୩ ଟା ୪୫ ରେ ଏହି ବୈଠକ ବସିବାକୁ ସ୍ଥିର ହୋଇଛି । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବାର ଅଛି । ସାଧାରଣତଃ ରାଷ୍ଟ୍ରପତି ଭବନ ଅଡିଟୋରିୟମରେ ଏହି ବୈଠକ ବସେନାହିଁ । ତେବେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାହା ଜଣାପଡ଼ିନାହିଁ । ପ୍ରଧାନମନ୍ତ୍ରୀ କାଲି ଆଲିଗଡରେ ମହେନ୍ଦ୍ର ପ୍ରତାପ ସିଂହ ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରିବା ପରେ ,ଆଜି  ଏହି ବୈଠକରେ ଯୋଗଦେବେ । ଅପରାହ୍ନ ୩ ଟା ୪୫ ରେ ଏହି ବୈଠକ ବସିବାକୁ ସ୍ଥିର ହୋଇଛି।

Leave a Reply

Your email address will not be published. Required fields are marked *