ଝାରସୁଗୁଡ଼ା ଏୟାରପୋର୍ଟରେ ପାଳନ ହେବ ଉଡାନ ଉତ୍ସବ

ଝାରସୁଗୁଡ଼ା, (ଓଡିଶା ଟାଇମ୍): ଆଜି ଝାରସୁଗୁଡ଼ାରେ ପାଳିତ ହେବ ଉଡ଼ାନ ଦିବସ। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳିତ ହେବାକୁ ଥିବା ଏହି ଉତ୍ସବରେ ଯୋଗ ଦେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆl

ବର୍ତ୍ତମାନ ଝାରସୁଗୁଡ଼ାରୁ ଭୁବନେଶ୍ୱର, ରାୟପୁର, କୋଲକତା, ହାଇଦ୍ରାବାଦ, ଦିଲ୍ଲୀ ଓ ଚେନ୍ନାଇକୁ ବିମାନ ସେବା ମିଳୁଛି। ଗତକାଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢୀ ଝାରସୁଗୁଡ଼ା ବିମାନ ବନ୍ଦର ଯାଇ ସ୍ଥିତିର ଅନୁଧ୍ୟାନ କରିଥିଲେ।

ଝାରସୁଗୁଡ଼ା ବିମାନ ବନ୍ଦରର ନିର୍ଦ୍ଦେଶକ ପବନ କୁମାର କହିଛନ୍ତି, ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳିତ ହେବାକୁ ଥିବା ଉଡ଼ାନ ଦିବସରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଯୋଗଦେବେ।  ସେଥିପାଇଁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି।

Leave a Reply

Your email address will not be published. Required fields are marked *