ଜୟପୁର ଉପ-କାରାଗାରରେ ଦୁଇ ବିଚାରାଧିନ କଏଦୀ କରୋନା ସଂକ୍ରମିତ
ଜୟପୁର, (ଓଡିଶା ଟାଇମ୍) : ଜୟପୁର ଉପ କାରାଗାରରେ ବିଚାରାଧିନ କଏଦୀଙ୍କୁ କରୋନା । ଦୁଇ ଜଣ କଏଦୀ କରୋନାରେ ସଂକ୍ରମିତ ହୋଇଥିବା କୋରାପୁଟ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏମାନଙ୍କୁ କାରାଗାରରେ ଏକ ସ୍ବତନ୍ତ୍ର କରୋନା ଆଇସୋଲେସନ ଓ୍ବାର୍ଡରେ ରଖାଯାଇଥିବା ନେଇ ଜେଲର ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ମୋଟ୍ ୪୧ କରୋନା ପଜିଟିଭ ଚିହ୍ନଟ ହେବା ସହ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮୧ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୪୮୨ ଜଣ ସୁସ୍ଥ ହୋଇ ସାରିଲେଣି ।