ପୋଖରୀରେ ବୁଡି ଦୁଇ ଛାତ୍ରଙ୍କ ସଲୀଳ ସମାଧି

ଜଗତସିଂହପୁର, (ଓଡିଶା ଟାଇମ୍) : ପୋଖରୀରେ ବୁଡିଗଲେ ଦୁଇ ଛାତ୍ର । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ତୁଳଙ୍ଗ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ତୁଳଙ୍ଗ ଗାଁର ଦୁଇ ଜଣ ନବମ ଶ୍ରେଣୀ ଛାତ୍ର ପୋଖରୀକୁ ଗାଧୋଇବାକୁ ଯାଇଥିଲେ । କୌଣସି କାରଣ ବଶତଃ ଦୁଇ ଛାତ୍ର ପୋଖରୀରେ ବୁଡିଯାଇଥିଲେ । ଫଳରେ ଉଭୟଙ୍କର ମୃତ୍ୟୁ ହୋଇଛି । ମୃତ ଦୁଇ ଛାତ୍ର ତୁଳଙ୍ଗ ଗାଁର ଆୟୁଷ ବିଶ୍ବାଳ ଓ ପ୍ରତ୍ୟୁଷ ବିଶ୍ବାଳ ।

Leave a Reply

Your email address will not be published. Required fields are marked *