ବୁର୍ଲା ମେଡିକାଲରେ ଅଘଟଣ, ମେସିନ୍ ଧୂଆଁରେ ୨ ଅପରେଟର ଗୁରୁତର

ସମ୍ବଲପୁର, (ଓଡିଶା ଟାଇମ୍): ବୁର୍ଲା ମେଡିକାଲ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗ ରେ ଅଘଟଣ । ଷ୍ଟ୍ରେରିଲାଇଜ୍ ମେସିନ୍ ର ଧୂଆଁ ରେ ଜଳିଗଲେ ଦୁଇ ଅପରେଟର । ଶରୀରର ଏକାଧିକ ସ୍ଥାନରେ ଗରମ ବାଷ୍ପ ଯୋଗୁଁ ସିଝି ଯାଇଛି । ଘଟଣାକୁ ଚପେଇ ଦେବାକୁ ଉଦ୍ୟମ କରି ମେଡିକାଲରେ ଚିକିତ୍ସା କରି ଘରକୁ ପଠାଇଦେଲେ କର୍ତ୍ତୃପକ୍ଷ ।

ଟେକ୍ନିକାଲ୍ ଏକ୍ସପର୍ଟ କୁ ମେସିନ୍ ଚଳାଇବା ଦାୟିତ୍ୱ ଦେବା ବଦଳରେ ଆଟେଣ୍ଡାଣ୍ଟକୁ ଦିଆଯାଇଥିଲା କାହିଁକି ? ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ଉଭୟ ଆଟେଣ୍ଡାଣ୍ଟ ଙ୍କ ଭୁଲ୍ ଯୋଗୁଁ ଏଭଳି ଅଘଟଣ ମେଡିକାଲ ଅଧିକ୍ଷକ କହିଛନ୍ତି । ଘଟଣାକୁ ୨ଦିନ ବିତିଯାଇଥିଲେ ମଧ୍ୟ ଘଟଣା କୁ ଚପେଇବା ପାଇଁ ମେଡିକାଲ କର୍ତୃପକ୍ଷ ଜୋର୍‌ଦାର ଉଦ୍ୟମ କରିଥିବା ଜଣାପଡିଛି । ଆହତ ଦୁଇ ଆଟେଣ୍ଡାଣ୍ଟ ଙ୍କ ମଧ୍ୟରେ ଜଣେ ବୁର୍ଲା ଗାନ୍ଧି ପଡାର ହୋଇଥିବା ବେଳେ ଅନ୍ୟଜଣେ ବାହାର ଜିଲ୍ଲାର ବୋଲି ଜଣାପଡିଛି । ତେବେ ମେଡିକାଲ ମଧ୍ୟରେ ଏତେବଡ ଅଘଟଣା ଘଟିଲା କିନ୍ତୁ ମେଡିକାଲ ପୁଲିସ ନିକଟରେ ମଧ୍ୟ ଏସମ୍ପର୍କରେ କୌଣସି ସୂଚନା ନ ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *