ଓଡିଶାର ୧୨ ଜଣଙ୍କୁ ମିଳିବ ପୋଲିସ୍ ମେଡାଲ

ଭୁବନେଶ୍ବର, (ଓଡିଶା ଟାଇମ୍) : ଚଳିତ ବର୍ଷ ଓଡ଼ିଶାର ୧୪ ଜଣଙ୍କୁ ମିଳିବ ପୋଲିସ ମେଡାଲ। ସ୍ବାଧୀନତା ଦିବସ ପୂର୍ବରୁ ପୋଲିସ ମେଡାଲ ଦିଆଯିବ ବୋଲି ଘୋଷଣା କରାଯାଇଛି । କେନ୍ଦ୍ରଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଘୋଷଣା ହୋଇଛି ଯେ ଓଡ଼ିଶାର ୨ ପୋଲିସ ପାଇବେ ରାଷ୍ଟ୍ରପତି ମେଡାଲ। ଉତ୍ତମ ସେବା ପାଇଁ ୧୨ ଜଣ ପାଇବେ ପୋଲିସ ମେଡାଲ। ଡିଏସ୍‌ପି ଭିଜିଲାନ୍ସ ବେଣୁଗୋପାଳ ଆଚାର୍ଯ୍ୟଙ୍କୁ ରାଷ୍ଟ୍ରପତି ମେଡାଲ। କନେଷ୍ଟବଳ ବିରଞ୍ଚି ନାରାୟଣ ସାହୁଙ୍କୁ ରାଷ୍ଟ୍ରପତି ମେଡାଲ।

ସେହିପରି ଅତିରିକ୍ତ ଏସ୍‌ପି ଅଭିରାମ କର, ଅତିରିକ୍ତ କମାଣ୍ଡାଣ୍ଟ SOG ତାପସ ମହାପାତ୍ର, ଏସିପି ଅନୀଲ ମିଶ୍ର, ଡିଏସ୍‌ପି ଅନୁପମା ମହାପାତ୍ର, ଅତିରିକ୍ତ ଡିସିପି ରାଜକିଶୋର ପାଇକରାୟ, ଇନ୍ସପେକ୍ଟର ଅଜୟ ଦାଶ, ଇନ୍ସପେକ୍ଟର ଅତୁଲ କ୍ରିଷ୍ଣ ଦାସ, ଇନ୍ସପେକ୍ଟର ସରୋଜ ପଟେଲ, ଇନ୍ସପେକ୍ଟର ନିର୍ମଳ ମହାପାତ୍ର, ସୁବେଦାର କିଶୋର ବଳବନ୍ତରାୟ, ସିପାହୀ ରଥ ଲାକ୍ରା, ହାବିଲଦାର ମହମ୍ମଦ୍ ଉମରଙ୍କୁ ପୋଲିସ ମେଡାଲ ମିଳିବ।

Leave a Reply

Your email address will not be published. Required fields are marked *