ତୁଳସୀ ଗଛକୁ ରଖନ୍ତୁ ନାହିଁ ଏହି ଦିଗରେ, ଆସିପାରେ ଦୁର୍ଭାଗ୍ୟ

ଦୈବୀବୃକ୍ଷ ଭାବେ ତୁଳସୀ ପୂଜା ସମସ୍ତେ କରିଥାନ୍ତି । ସମସ୍ତଙ୍କ ଘର ଅଗଣାରେ ତୁଳସୀ ଗଛ ପୂଜା ପାଇଥାଏ । ତୁଳସୀ ପୂଜନ ଦ୍ୱାରା ଘରର ଶୁଭ ହୋଇଥାଏ । ଆଧ୍ୟାତ୍ମିକ ସହିତ ଆୟୁର୍ବେଦ ଚିକିତ୍ସା କ୍ଷେତ୍ରରେ ତୁଳସୀ ଗଛର ଭୂମିକା ଅନନ୍ୟ। କିନ୍ତୁ ଆପଣ ଜାଣନ୍ତି କି ତୁଳସୀ ଗଛକୁ କେଉଁ ଦିଗରେ ରଖି ପୂଜା କରିବା ଦରକାର? । ତୁଳସୀ ଗଛକୁ ସଠିକ୍ ଦିଗରେ ନରଖିଲେ ଏହା ଘର ପାଇଁ ଦୁର୍ଭାଗ୍ୟ ଆଣିପାରେ ।

ତେବେ ଆସନ୍ତୁ ଜାଣିବା ତୁଳସି ଗଛ ରଖିବାର ସଠିକ୍ ଦିଗ। ତୁଳସୀ ଗଛକୁ କେବେ ମଧ୍ୟ ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ । ଏହା ବାଦ୍ ଆପଣ ଯେ କୌଣସି ଦିଗରେ ତୁଳସୀ ଗଛ ରଖି ପୂଜା କରିପାରିବେ ।

ତୁଳସୀ ଗଛକୁ ଏଭ ଭିନ୍ନ ଓ ଖୋଲା ସ୍ଥାନରେ ରଖନ୍ତୁ । ଅଗଣା ଭିତରେ ତୁଳସୀ ଗଛ ରଖୁଥିଲେ, ତାହାର ଆଖପାଖରେ ଡଷ୍ଟବିନ୍ ରଖନ୍ତୁ ନାହିଁ । କିମ୍ବା ଲୁଗାପଟା ଶୁଖାଇବା ସମୟରେ, ତାହା ଯେପରି ତୁଳସୀ ଗଛକୁ ସ୍ପର୍ଶ ନକରେ, ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଏଭଳି କିଛି ନିୟମ ଦ୍ୱାରା ପରିବାରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

ଘରେ ପ୍ରସ୍ତୁତ କରନ୍ତୁ ହେୟାର୍ ଡାଇ, ଅଧିକ ଦିନ କେଶ କଳା ରହିବ 

Leave a Reply

Your email address will not be published. Required fields are marked *