ଜେଏସପିଏଲର ଟିଆରବି ଲୁହା ଖଣିକୁ ଉତ୍କର୍ଷ ପୁରସ୍କାର

ଭୁବନେଶ୍ଵର, (ଓଟି): ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିଃ (ଜେଏସପିଏଲ)ର ଟିଆରବି ଲୁହାପଥର ଖାଦାନକୁ ଦ୍ଵିତୀୟ ଥର ପାଇଁ ଜାପାନର ଟୋକିଓ ସ୍ଥିତ ଜାପାନ ଇନଷ୍ଟିଚୁଟ ଅଫ ପ୍ଲାଣ୍ଟ ମେଣ୍ଟେନାନ୍ସ (ଜେଆଇପିଏମ) ଦ୍ଵାରା ଟିପିଏମ ଏକସେଲେନ୍ସ  ପୁରସ୍କାର ପାଇଁ ମନୋନୀତ କରାଯାଇଛି।
ଜେଆଇପିଏମ ପକ୍ଷରୁ ହୋଇଥିବା ଘୋଷଣା ଅନୁଯାୟୀ, ସୁସଂଗତ ଓ ଏକନିଷ୍ଠ ଭାବରେ ଟିପିଏମ ପଦ୍ଧତିର ଉପଯୋଗ ନିମନ୍ତେ ଟିଆରବି ଆଇରନ ଓର ମାଇନ୍ସ କୁ  ଏହି ପୁରସ୍କାର ଆସନ୍ତା ମାର୍ଚ୍ଚ ମାସରେ ଜାପାନର କ୍ୟୋଟୋ ସହରରେ ପ୍ରଦାନ କରାଯିବ। ଟିପିଏମ ବା ଟୋଟାଲ ପ୍ରଡକ୍ଟିଭ ମେଣ୍ଟେନାନ୍ସ ହେଉଛି ଦୀର୍ଘସ୍ଥାୟୀ ଭାବରେ ଉତ୍ପାଦନ ଦକ୍ଷତା ଅଭିବୃଦ୍ଧି କରିବାର ଏକ ପଦ୍ଧତି ।
ଗତ ଅଗଷ୍ଟ ମାସରେ ଜେଆଇପିଏମର ମାଶାୟୋଶି ସୁଗିଉରା ଏବଂ  ଟେସ୍ଟୋ ମିୟାମୁରାଙ୍କ ଦ୍ଵାରା ଟିଆରବି ଲଉହାପଥର ଖଣିରେ ଟିପିଏମ ପଦ୍ଧତିର ସମୀକ୍ଷା ପରେ ଏହି ପୁରସ୍କାର ନିମନ୍ତେ ଜେଏସପିଏଲକୁ ମନୋନୀତ କରାଯାଇଥିଲା । ଟିପିଏମ ପଦ୍ଧତିର ସଫଳ ବିନିଯୋଗ ନିମନ୍ତେ ଭାରତର ପ୍ରଥମ ଖଣି ଭାବରେ ଟିଆରବି ଆଇରନ ଓର ମାଇନ୍ସ କୁ  ଟିପିଏମ ଏକସେଲେନ୍ସ  ପୁରସ୍କାର ୨୦୧୭ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଟିଆରବି ଖଣିର କର୍ମଚାରୀ ମାନଙ୍କୁ ପ୍ରଶଂସା କରି  ଜେଏସପିଏଲ ଅଧ୍ୟକ୍ଷ ନବୀନ ଜିନ୍ଦଲ କହିଥିଲେ ଯେ, ‘ଜେଏସପିଏଲ ତାର ସମସ୍ତ ୟୁନିଟରେ ସର୍ବୋଚ୍ଚ ପରିଚାଳନା ପଦ୍ଧତି ଅନୁସରଣ କରିବା ପାଇଁ ପ୍ରତିଶୃତିବଦ୍ଧ। ଏହି ପୁରସ୍କାର ଆମର ଉତ୍ପାଦନ, ଗୁଣବତ୍ତା, ସୁରକ୍ଷା, ପରିବେଶ ଆଦି କ୍ଷେତ୍ରରେ ଉତ୍କର୍ଷତାର ଏକ ନିଦର୍ଶନ। ସଫଳତାର ସହିତ ଟିପିଏମ ପଦ୍ଧତି କାର୍ଯ୍ୟକାରୀ କରିଥିବାରୁ ମୁଁ ସମସ୍ତ କର୍ମଚାରୀ ମାନଙ୍କୁ ଅଭିଜ୍ଞତା ଜଣାଉଛି’।    
ଜେଏସପିଏଲ ଭାଇସ ପ୍ରେସିଡେଣ୍ଟ (ମାଇନ୍ସ) ଶ୍ରୀ ପ୍ରମୋଦ କୁମାର ପାତ୍ରଙ୍କ ନେତୃତ୍ଵରେ ଟିଆରବି ଆଇରନ ଓର ମାଇନ୍ସ ରେ ଟିପିଏମର କୌଶଳ ପ୍ରୟୋଗ କରାଯାଇଥିଲା I 

Leave a Reply

Your email address will not be published. Required fields are marked *