ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବନି ଟ୍ରେନ୍‌

ପୁରୀ, (ଓଡିଶା ଟାଇମ୍): ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାବେଳେ କୋଭିଡ୍ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ସହରକୁ ସମସ୍ତ ଟ୍ରେନର ଯାତାୟତ ଉପରେ କଟକଣା ଜାରି ହୋଇଛି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ରେଳ ବିଭାଗ ଆସନ୍ତା ଜୁଲାଇ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ପୁରୀକୁ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ରଥଯାତ୍ରାବେଳେ କୋଭିଡ୍ ସଂକ୍ରମଣ ହେବା ଆଶଙ୍କାରେ ପୁରୀରୁ ଯିବାଆସିବା କରିବାକୁ ଥିବା ସମସ୍ତ ଟ୍ରେନକୁ ଖୋର୍ଦ୍ଧା ରୋଡରୁ ଚଳପ୍ରଚଳ କରାଯିବ। ୨୧ଟି ଦୂରଗାମୀ ବିଶେଷ ଟ୍ରେନ୍ ପୁରୀ ପର୍ଯ୍ୟନ୍ତ ଗଡ଼ିବ ନାହିଁ। ୫ଟି ସାପ୍ତାହିକ ବିଶେଷ ଟ୍ରେନ ମଧ୍ୟ ପୁରୀ ଯିବ ନାହିଁ। ଦୈନନ୍ଦିନ ଚଳାଚଳ କରୁଥିବା ୫ଟି ଟ୍ରେନ ମଧ୍ୟ ପୁରୀ ପର୍ଯ୍ୟନ୍ତ ଯିବ ନାହିଁ। ଦ୍ୱିସାପ୍ତାହିକ, ତ୍ରିସାପ୍ତାହିକ ଚଳାଚଳ କରୁଥିବା ଟ୍ରେନ, ସପ୍ତାହକୁ ୪ଦିନ ଚଳାଚଳ କରୁଥିବା ଟ୍ରେନକୁ ମଧ୍ୟ ପୁରୀ ଯିବା ଉପରେ କଟକଣା ଜାରି ହୋଇଛି। ଏହି ସମସ୍ତ ଟ୍ରେନ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ୍ ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବେ। ଆଉ ଖୋର୍ଦ୍ଧା ରୋଡରୁ ହିଁ ଯାତ୍ରା ଆରମ୍ଭ କରିବେ ବୋଲି ଜଣାପଡ଼ିଛି।

 

Leave a Reply

Your email address will not be published. Required fields are marked *