ଟ୍ରେନରେ ବିସ୍ଫୋରଣ, ୬ ସିଆରପିଏଫ ଯବାନ ଆହତ

ରାୟପୁର, (ଓଡିଶା ଟାଇମ୍): ଛତିଶଗଡର ରାଜଧାନୀ ରାୟପୁର ରେଳ ଷ୍ଟେସନରେ ବିସ୍ଫୋରଣ । ଷ୍ଟେସନରେ ଥିବା ଏକ ଟ୍ରେନରେ ବିସ୍ଫୋରଣ ହୋଇଛି । ଏଥିରେ ୬ ସିଆରପିଏଫ ଯବାନ ଆହତ ହୋଇଛନ୍ତି । ଶନିବାର ସକାଳ ୬ଟାରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନାନୁସାରେ, ସିଆରପିଏଫର ୨୧୧ ବି ବାଟାଲିୟନର ଯବାନମାନେ ଏକ ସ୍ୱତନ୍ତ୍ର ଟ୍ରେନରେ ଜମ୍ମୁ-କାଶ୍ମୀର ଯାଉଥିଲେ । ସେହି ସମୟରେ ବଗିରେ ଗ୍ରେନେଡ୍ ବିସ୍ଫୋରଣ ହୋଇଥିଲା । ଗ୍ରେନେଡକୁ ଟ୍ରେନ ବଗିରେ ରଖାଯାଉଥିଲା । ଏଥିରେ ଜଣେ ସିଆରପିଏଫ ହାବିଲଦାର ଗୁରୁତର ହୋଇଛନ୍ତି । ଅନ୍ୟ ୫ ଜଣ ମଧ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସିଆରପିଏଫର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ପୋଲିସ ଅଧିକାରୀ ପହଁଚିଛନ୍ତି । ଘଟଣାର ତଦନ୍ତ ଆମ୍ଭ ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *