ସପୋରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା : ଟପ୍ ଲଶ୍କର୍ ଆତଙ୍କୀ ମୁଦାସିର ପଣ୍ଡିତ ସମେତ ତିନି ମୃତ

ଶ୍ରୀନଗର, (ଓଡିଶା ଟାଇମ୍): ସପୋରରେ ଆତଙ୍କବାଦୀଙ୍କ ଉପରେ ସେନାର ବଡ଼ ଆକ୍ସନ୍ । ଜମ୍ମୁ-କାଶ୍ମୀର ବାରମୂଳା ଜିଲ୍ଲାର ସପୋର ଅଞ୍ଚଳରେ ରବିବାର ଦିନ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ । ସାରା ରାତି ଜାରି ରହିଥିବା ଏହି ଏନକାଉଣ୍ଟରରେ ଭାରତୀୟ ସେନାକୁ ବଡ଼ ସଫଳତା ମିଳିଛି । ଲସ୍କରର ତିନି ଆତଙ୍କୀ ସେନା ଗୁଳିରେ ପ୍ରାଣ ହରାଇଛନ୍ତି । ମୃତ ଆତଙ୍କୀଙ୍କ ମଧ୍ୟରେ ଲଶ୍କରର ଟପ୍ ଆତଙ୍କୀ କୁହାଯାଉଥିବା ମୁଦାସିର ପଣ୍ଡିତ୍ ମଧ୍ୟ ଏଥିରେ ସାମିଲ ଅଛି । ତେବେ ବର୍ତ୍ତମାନ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଉତ୍ତର କାଶ୍ମୀର ସପୋରର ଗୁଣ୍ଡ ବ୍ରଥ ଅଞ୍ଚଳରେ ରବିବାର ରାତିରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଆତଙ୍କୀ ଲୁଚି ରହିଥିବା ସ୍ଥାନକୁ ଚାରିଆଡ଼ୁ ଘେରି ନେଇଥିଲେ ଭାରତୀୟ ସେନା । ଆଉ ତା’ପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଆଇଜିପି କାଶ୍ମୀର ବିଜୟ କୁମାର କହିଛନ୍ତି, ଲଶ୍କରର ଟପ୍ ଆତଙ୍କୀ ମୁଦାସିର ପଣ୍ଡିତ ଯିଏ ତିନି ପୋଲିସ କର୍ମୀଙ୍କ ହତ୍ୟା, ଦୁଇ ଜଣ ପାର୍ଷଦ ଓ ଦୁଇ ଜଣ ସାଧାରଣ ନାଗରିକଙ୍କ ହତ୍ୟା ସହ ଜଡ଼ିତ ଥିଲା, ସେ ଏନକାଉଣ୍ଟରେ ପ୍ରାଣ ହରାଇଛି । ଭାରତୀୟ ସେନାର ଏନକାଉଣ୍ଟରରେ ମୋଟ୍ ତିନି ଜଣ ଆତଙ୍କୀ ନିହତ ହୋଇଛନ୍ତି । ମୁଦାସିର ନାମରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା ।

Leave a Reply

Your email address will not be published. Required fields are marked *