ଆଜି ସନ୍ଧ୍ୟା ୫ଟାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ୍  ବୈଠକ। ଭିଡିଓ କନଫରେନ୍ ସିଂ ଜରିଆରେ ସନ୍ଧ୍ୟା ୫ଟା ୪୫ ମିନିଟ୍ ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ  କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ନେଇ ଆଶା କରାଯାଉଛି ।

ଆଜି କ୍ୟାବିନେଟ, କୃଷି କ୍ୟାବିନେଟ, ଐତିହ୍ୟ କ୍ୟାବିନେଟ ବୈଠକ ବସିବ। ଏହି ବୈଠକରେ କୃଷି ମନ୍ତ୍ରୀ, ସମବାୟ ମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ଅର୍ଥ ମନ୍ତ୍ରୀଙ୍କ ସମେତ ୧୧ ଜଣ ମନ୍ତ୍ରୀ ଉପସ୍ଥିତ ରହିବେ। ମୁଖ୍ୟ ଶାସନ ସଚିବ ଏହି କମିଟିର ସଚିବ ରହିଥିବା ବେଳେ କୃଷି ବିଭାଗ ସଚିବ ଏହାର ଆବାହକ ରହିଛନ୍ତି।

ଆଜିର ରାଜ୍ୟ କ୍ୟାବିନେଟ୍ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ନେଇ ଆଶା କରାଯାଉଛି। କ୍ୟାବିନେଟ୍‌ ବୈଠକରେ ଉଚ୍ଚଶିକ୍ଷା ବିଭାଗର ଗୋଟିଏ ପ୍ରସ୍ତାବକୁ ଅନୁମୋଦନ ମିଳିପାରେ। ସେହିପରି କୃଷି ଓ ଐତିହ୍ୟ ମଧ୍ୟ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *