ଡାକ୍ତରଙ୍କୁ ନିଶ୍ଚିତ ପଦୋନ୍ନତି
ଭୁବନେଶ୍ଵର, (ଓଟି): ଓଡ଼ିଶା ମେଡିକାଲ୍ ଓ ସ୍ଵାସ୍ଥ୍ୟ ସେବା କ୍ୟାଡରେ ନିଯୁକ୍ତ ଡାକ୍ତରଙ୍କ ପାଇଁ ଶୁଭ ସୂଚନା। ସେମାନଙ୍କ ବହୁଦିନର ଦାବିକୁ ରାଜ୍ୟ ସରକାର ପୂରଣ କରିଛନ୍ତି। କ୍ୟାଡର ରୁଲ୍ରେ ଡାକ୍ତରମାନେ ଏଣିକି ନିଜ ଚାକିରି କାଳ ଭିତରେ ୩ଟି ନିଶ୍ଚିତ ପଦୋନ୍ନତି ପାଇବେ। ଚାକିରିର ୭ ବର୍ଷ ପରେ ପ୍ରଥମ ପଦୋନ୍ନତି, ୧୪ ବର୍ଷରେ ଦ୍ଵିତୀୟ ପଦୋନ୍ନତି ସମେିତ ୨୧ ଦିନରେ ତୃତୀୟ ପଦୋନ୍ନତି ନିଶ୍ଚିତ ହେବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ସବୁଜ ସଙ୍କେତ ଜାରି କରିଛନ୍ତି। ଏଥିଲାଗି ଉଦ୍ଦିଷ୍ଟ ଫାଇଲ୍କୁ ଅନୁମୋଦନ କରିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏହାକୁ କ୍ୟାରିୟର ଭିତ୍ତିକ ନିଶ୍ଚିତ ପଦୋନ୍ନତି ଯୋଜନା ଭାବେ ଗ୍ରହଣ କରାଯାଉଛି। ଡାକ୍ତରମାନଙ୍କୁ ଅବିଚ୍ଛିନ୍ନ ସେବା ଯୋଗାଇବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି।