କରୋନା ପାଇଁ ବାତିଲ ହେଲା ସିଟିଇଟି ପରୀକ୍ଷା
ଭୁବନେଶ୍ବର, (ଓଡିଶା ଟାଇମ୍) : ମହାମାରୀ କରୋନା କାରଣରୁ ବାତିଲ ହେଲା ସିଟିଇଟି ପରୀକ୍ଷା । ଗତକାଲି ଗୁରୁବାର ଦିନ ସୁପ୍ରିମକୋର୍ଟଙ୍କ ନିଷ୍ପତି ପରେ ସିବିଏସ୍ଇ ପକ୍ଷରୁ ସମସ୍ତ ପରୀକ୍ଷା ବାତିଲ ହୋଇଥିବା ବେଳେ ଆଜି ସିଟିଇଟି ପରୀକ୍ଷାକୁ ବାତିଲ କରାଯାଇଥିବା ସୂଚନା ମିଳିଛି । ମହାମାରୀ କରୋନାର ପ୍ରଭାବ କମିବା ପରେ ପରୀକ୍ଷା କରାଯିବା ନେଇ ପରବର୍ତ୍ତୀ ତାରିଖ ନିର୍ଦ୍ଧାରଣ କରାଯିବ ବୋଲି ସିଟିଇଟି ପକ୍ଷରୁ କୁହାଯାଇଛି ।
ପୂର୍ବରୁ ଜୁଲାଇ ୫ ତାରିଖରେ ସିଟିଇଟି ପରୀକ୍ଷା କରିବା ପାଇଁ ସ୍ଥିର ହୋଇଥିଲା । ଅନୁକୂଳ ବାତାବରଣ ହେଲେ ପରେ ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଏହା ସମ୍ପର୍କରେ ଅଧିକ ସୂଚନା ପାଇଁ ସିଟିଇଟି ୱେବସାଇଟ ଦେଖିବାକୁ ସିଟିଇଟି ନିର୍ଦେଶକ ତଥା ସିବିଏସଇ ସଚିବ ଅନୁରାଗ ତ୍ରିପାଠୀ ସୂଚନା ଦେଇଛନ୍ତି ।