ଦେବଗଡ ଗଲା ଏପିଡୋମିଲୋଜି ଟିମ୍

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କରୋନାର ଡେଲଟା ପ୍ଲସ୍ ଭାରିଏଣ୍ଟ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଦେବଗଡ ଗଲା ଏପିଡୋମିଓଲୋଜି ଟିମ୍ । ତାଙ୍କ ସ୍ବାସ୍ଥ୍ୟାବସ୍ଥା କେମିତି ରହିଛି, ସେ କାହା ସାଙ୍ଗରେ ମିଶିଥିଲେ, ସେ ଯାହା ସାଙ୍ଗରେ ମିଶି ଥିଲେ ସେମାନେ ସଂକ୍ରମିତ ହୋଇଛନ୍ତି କି ନାହିଁ, ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା କେମିତି ରହିଛି, ସମସ୍ତେ ଟିକା ନେଇଛନ୍ତି କି ନାହିଁ ସେ ବିଷୟରେ ଯାଞ୍ଚ କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଡେଲଟା ପ୍ଲସ୍ ଚିହ୍ନଟ ହୋଇଥିବା ବ୍ୟକ୍ତି ମାର୍ଚ୍ଚ ୩୦ ତାରିଖରେ ଟିକା ନେଇଥିଲେ । ପରବର୍ତ୍ତୀ ସମୟରେ ଜଣେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲେ । ତାଙ୍କର କିଛି ଲକ୍ଷଣ ରହି ନଥିଲା । ମେ’ ମାସରେ ତାଙ୍କର ସମ୍ପୂର୍ଣ୍ଣ ଜେନମ ସିକ୍ୟୁଏନ୍ସି ପାଇଁ ପଠାଯାଇଥିଲା । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେ ଟିକା ନେଇଥିବାରୁ ତାଙ୍କର କିଛି ଲକ୍ଷଣ ଦେଖା ଯାଉନଥିଲା । ତେଣୁ ଟିକାର ପ୍ରଭାବ ରହିଛି ।

Leave a Reply

Your email address will not be published. Required fields are marked *