ଚୁଟି କାଟିବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ, ପଢନ୍ତୁ କେଉଁ ରାଜ୍ୟରେ !
ତାମିଲନାଡ଼ୁ, (ଓଡିଶା ଟାଇମ୍) : ଚୁଟି କାଟିବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ । ଏନେଇ ତାମିଲନାଡ଼ୁ ସରକାର ଏସଓପି ଜାରି କରିଛନ୍ତି । ଏହି ଏସଓପି ଉଭୟ ସେଲୁନ ମାଲିକ ଓ ଗ୍ରାହାକଙ୍କୁ ମାନିବାକୁ ପଡ଼ିବ । ଯଦି କେହି ସରକାରଙ୍କ ଏସଓପିକୁ ଅବହେଳା କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି । ଲକଡାଉନ କଟକଣା ମଧ୍ୟ କୋହଳ କରାଯାଇଛି। ଜୁନ ୧ରୁ ତାମିଲନାଡ଼ୁ ରେ ସେଲୁନ ଏବଂ ବ୍ୟୁଟି ପାର୍ଲର ଖୋଲାଯିବ । କିନ୍ତୁ ଏଠାରେ ଚୁଟି କାଟିବା ପାଇଁ ରାଜ୍ୟ ସରକାର ଏସଓପି ଜାରି କରିଛନ୍ତି। ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ଏସଓପି ମୁତାବକ, ଯଦି ଆପଣ ଚୁଟି କାଟିବା ପାଇଁ ଚାହୁଁଛନ୍ତି ତେବେ ସେଲୁନ୍ ଏବଂ ବ୍ୟୁଟି ପାର୍ଲରରେ ଆଧାର କାର୍ଡ ଦେବା ନିହାତି ଜରୁରୀ । ଯଦି କେହି ଏଭଳି ନକରନ୍ତି ତେବେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ।
ତାମିଲନାଡ଼ୁ ସରକାରଙ୍କ ଏସଓପି ଅନୁଯାୟୀ, କୌଣସି ସେଲୁନରେ ୫୦ ପ୍ରତିଶତରୁ ଅଧିକ ଷ୍ଟାଫ୍ ରହିବେ ନାହିଁ । ସେଲୁନରେ ଏସି ଲାଗିବା ପାଇଁ ଅନୁମତି ଦିଆଯିବ ନାହିଁ । ସେଲୁନକୁ ଆସୁଥିବା ଲୋକମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ । ସେଲୁନରେ ପ୍ରଥମେ ହାତକୁ ସାନିଟାଇଜ୍ କରିବାକୁ ପଡ଼ିବ । ସାମାଜିକ ଦୂରତ୍ଵ ପାଳନ କରିବାକୁ ପଡ଼ିବ। ସେଲୁନ ମାଲିକ ଗ୍ରାହକଙ୍କୁ ଡିସପୋଜାଲ ଆଫ୍ରନ ଏବଂ ଜୋତା କଭର ଦେବେ । ଏଥିପାଇଁ ଗ୍ରାହାକଙ୍କୁ ଅଧିକ ୧୫୦ ଟଙ୍କା ଦେବାକୁ ପଡ଼ିବ। ତେବେ ଦୀର୍ଘ ଦିନ ପରେ ସେଲୁନ ଖୋଲୁଥିବାରୁ ଲୋକମାନେ ବେଶ୍ ଖୁସି ଅଛନ୍ତି ।