ଜୁଲାଇ ୧୯ ଯାଏ ଲକଡାଉନ ବୃଦ୍ଧି କଲେ ତାମିଲନାଡ଼ୁ ସରକାର
ଚେନ୍ନାଇ, (ଓଡିଶା ଟାଇମ୍ ): ଜୁଲାଇ ୧୯ ପର୍ଯ୍ୟନ୍ତ କରୋନା ଲକଡାଉନ ଅବଧି ବୃଦ୍ଧି କରିଛନ୍ତି ତାମିଲନାଡ଼ୁ ସରକାର। ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କ ସହ ଆଲୋଚନା ପରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଶନିବାର ଏନେଇ ଘୋଷଣା କରିଛନ୍ତି। ତେବେ ଏଥର କଟକଣା ସାମାନ୍ୟ କୋହଳ କରାଯାଇଛି। ଆସନ୍ତା ୧୨ ତାରିଖଠାରୁ ନୂତନ ନିର୍ଦ୍ଦେଶାବଳୀ ଲାଗୁ ହେବ।
୫୦ ପ୍ରତିଶତ କ୍ଷମତା ସହ ହୋଟେଲ, ଚା’ ଦୋକାନ, ବେକେରୀ, ରାସ୍ତାକଡ଼ ଉଠା ଦୋକନ, ଜଳଖିଆ ଦୋକନ ଆଦି ରାତି ୯ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ମିଳିଛି। ଅପରପକ୍ଷରେ ସ୍କୁଲ, କଲେଜ, ସିନେମା ହଲ୍, ମଦ ଦୋକନ, ସ୍ୱିମିଙ୍ଗ୍ ପୁଲ୍ ଏବଂ ଚିଡ଼ିଆଖାନା ଆଦି ପୂର୍ବ ଭଳି ବନ୍ଦ ରହିବ।