ଷ୍ଟୁଡ଼ିଓ ଭିତରେ ତାଲିବାନ, ବନ୍ଧୁକ ମୁନରେ ସାମ୍ବାଦିକ
କାବୁଲ, (ଓଡିଶା ଟାଇମ୍): ତାଲିବାନର କଥା ଏବଂ କାର୍ଯ୍ୟ ମଧ୍ୟରେ ପାର୍ଥକ୍ୟ ଅଛି । ଯାହାକି ଏବେ ପ୍ରମାଣିତ ହେଉଛି । ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ ଲୋକଙ୍କୁ ଭୟଭୀତ ନହେବାକୁ ନିବେଦନ କରିଥିଲା । ଏମିତିକି ସାମ୍ବାଦିକଙ୍କ ସ୍ୱାଧୀନତା ବିଷୟରେ ବି ଘୋଷଣା କରିଥିଲା । ତଥାପି, ଧୀରେ ଧୀରେ ତାଙ୍କର ପ୍ରକୃତ ଚରିତ୍ର ସାମ୍ନାକୁ ଆସୁଛି । ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଯେଉଁଥିରେ କି, ଭିଡିଓରେ ଜଣେ ଟିଭି ସାମ୍ବାଦିକଙ୍କ ଉପରେ କିପରି ନିର୍ଯାତନା କରୁଛନ୍ତି ତାଲିବାନ । କାରଣ ଜୋରଜବରଦସ୍ତ ପ୍ରଶଂସା କରିବାକୁ ବାଧ୍ୟ କରୁଛନ୍ତି । ସେତିକି ନୁହେଁ ଷ୍ଟୁଡିଓରେ ପଶି ତାଲିବାନମାନେ ସେମାନଙ୍କର ନିଷ୍ଠୁରତାର ଉଦାହରଣ ଦେଖାଇଛନ୍ତି । ଜଣେ ଆଙ୍କର ନିୟୁଜ ପଢୁଥିବା ସମୟରେ ସେମାନଙ୍କୁ ଜବରଦସ୍ତ ତାଲିବାନୀଙ୍କ ପ୍ରଶଂସା କରିବାକୁ ବାଧ୍ୟ କରୁଛନ୍ତି ।
କାନ ଉପରେ ବନ୍ଧୁକ ରଖି ଭୟଭୀତ କରାଇ କହୁଛନ୍ତି ଆମର ପ୍ରଶଂସା କର । କହିଛନ୍ତି ଭୟ କର ନାହିଁ । ଆଉ ଭୟରେ କିପରି ନ୍ଆୟୁଜ ପଢୁଛନ୍ତି ଆଙ୍କର ଜଣଙ୍କ । ଟିଭି ସାମ୍ବାଦିକଙ୍କ ପଛରେ ଷ୍ଟୁଡିଓରେ ତାଲିବାନମାନେ ଛିଡା ହୋଇଥିଲେ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଛି । ଏହାସହ ତାଲିବାନର ଏକ ମୁକ୍ତ ଗଣମାଧ୍ୟମର ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଉଠିଛି ।