ଆଫଗାନ୍ ମହିଳାଙ୍କ ନୂଆ ରୂପ, ବୁର୍ଖା ପିନ୍ଧି ତାଲିବାନ ସପକ୍ଷରେ କଲେ ଶୋଭାଯାତ୍ରା

କାବୁଲ, (ଓଡିଶା ଟାଇମ୍): ତାଲିବାନର ସମର୍ଥନରେ ଆଫଗାନ ମହିଳା । କାବୁଲରେ ଶନିବାର ଚିତ୍ର ଥିଲା ଭିନ୍ନ । ମୁଣ୍ଡରୁ ଗୋଡ ଯାଏଁ ବୁର୍ଖା ପିନ୍ଧି ରାସ୍ତାରେ ଶୋଭାଯାତ୍ରା କରିଛନ୍ତି ମହିଳା । ସେମାନେ ହାତରେ ତାଲିବାନର ପତାକା ଧରିଥିବା ମଧ୍ୟ ଦେଖିବାକୁ ମିଳିଛି ।

ଗତ କିଛିଦିନ ଧରି ଲଗାତର ମହିଳାମାନେ ତାଲିବାନ ବିରୋଧରେ ପ୍ରଦର୍ଶନ କରୁଥିଲେ । କିନ୍ତୁ ଶନିବାର ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଥିଲା  । ମହିଳାମାନେ ହାତରେ ପ୍ଲାକାର୍ଡ ଧରି ତାଲିବାନ ସମର୍ଥନରେ ବାହରିଥିଲେ । ଏହା ତାଲିବାନର ନୂଆ ଚାଲ୍ କିମ୍ବା ମହିଳାଙ୍କୁ ଭୟଭୀତ କରି ଏପରି କରାଯାଇଥିବା କୁହାଯାଉଛି।

ତାଲିବାନର ସମର୍ଥନରେ ବାହାରିଥିବା ମହିଳାମାନେ ଭାଷଣରେ କହୁଛନ୍ତି ଯେ, ଦେଶ ଛାଡି ପଳାୟନ କରିଥିବା ମହିଳା ସେମାନଙ୍କ ପ୍ରତିନିଧି ନଥିଲେ । ସହିଦ ରବ୍ବାନୀ ୟୁନିଭର୍ସିଟିରେ ଆୟୋଜିତ ଏହି ସମାବେଶରେ ମହିଳାମାନେ ଏକାଧିକ ତାଲିବାନୀ ପତାକା ଧରିଥିଲେ । ଜଣେ ମହିଳା ବକ୍ତା କହିଥିଲେ ଯେ, ସେ ସେହି ମହିଳାଙ୍କ ବିରୋଧରେ ତାଲିବାନ ପାଇଁ ରାଲି କରିଛନ୍ତି ଯେଉଁମାନେ ଦେଶ ଛାଡି ପଳାୟନ କରିଛନ୍ତି । ପୂର୍ବ ସରକାର ମହିଳାଙ୍କ ସୁନ୍ଦର ଚେହେରା ଦେଖି ଚାକିରୀ ଦେଇଥିଲେ । ସୂଚନାଯୋଗ୍ୟ, ଏହି ଶୋଭାଯାତ୍ରାରେ ଅନେତ ତାଲିବାନୀ ଆତଙ୍କବାଦୀ ବନ୍ଧୁକ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *