ଚାରିଜଣଙ୍କୁ ହତ୍ୟା କରିବା ପରେ କ୍ରେନରେ ଝୁଲାଇଲେ ତାଲିବାନ ଆତଙ୍କି

କାବୁଲ, (ଓଡିଶା ଟାଇମ୍): ତାଲିବାନ ଆତଙ୍କିମାନେ ଦେଶରେ ଚାରିଜଣଙ୍କୁ ହତ୍ୟା କରିବା ପରେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ଛକଗୁଡିକରେ କ୍ରେନରେ ଝୁଲାଇ ରଖିଛନ୍ତି। ହେରାତ ପ୍ରଦେଶର ଡେପୁଟି ଗଭର୍ଣ୍ଣର ମାୱାଲାୱି ଶିର ଅହମମ ମୁହାଜିର କହିଛନ୍ତି, ବିଭିନ୍ନ ସର୍ବସାଧାରଣ ସ୍ଥାନଗୁଡିକରେ ମୃତଦେହକୁ ପ୍ରଦର୍ଶିତ କରାଯାଇଛି, ଯଦ୍ଦ୍ୱାରା ଅପହରଣକାରୀଙ୍କୁ କିଭଳି ଦଣ୍ଡ ଦିଆଯାଏ ତାହା ସାଧାରଣ ଲୋକ ଦେଖିପାରିବେ। ତାଳିବାନ ପକ୍ଷରୁ କୁହାଯାଇଛି ଯେ ଏହି ଚାରିଜଣ ଅପହରଣ ଘଟଣାରେ ସଂପୃକ୍ତ ଥିଲେ। ତାଲିବାନ ଆତଙ୍କିମାନେ ସେମାନଙ୍କୁ ଗୁଳିକରି ହତ୍ୟା କରିବାପରେ ମୃତଦେହକୁ ଆଣି କ୍ରେନରେ ଝୁଲାଇ ଦେଇଥିଲେ। ସେହି ସ୍ଥାନରେ କ୍ରେନ ଚାରିପଟେ ବନ୍ଧୁକଧାରୀ ତାଲିବାନମାନେ ଛିଡା ହୋଇଥିବାବେଳେ ପଥଚାରୀମାନେ ଭୟ ଓ ଆଶ୍ଚର୍ଯ୍ୟରେ ତାହାକୁ ଚାହିଁରହିଥିଲେ। ସୂଚନାଯୋଗ୍ୟ ଯେ ତାଲିବାନ ତାହାର ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ପୂର୍ବ ଶାସନ ସମୟରେ ମଧ୍ୟ ଅନୁରୂପ କ୍ରୁର ଆଚରଣ ପ୍ରଦର୍ଶନ କରିଥିଲା।

Leave a Reply

Your email address will not be published. Required fields are marked *