ଲୁଚିଛପି ବିବାହ କଲେ ସୁସ୍ମିତା ସେନଙ୍କ ଭାଇ
ମିସ୍ ୟୁନିଭର୍ସ ଓ ବି ଟାଉନ୍ ନାୟିକା ସୁସ୍ମିତା ସେନଙ୍କ ଭାଇ ରାଜିବ ଗତ ଶନିବାର ଦିନ ଛୋଟ ପରଦାର ଚର୍ଚ୍ଚିତ ଅଭିନେତ୍ରୀ ଚାରୁ ଅସୋପାଙ୍କ ସହିତ ଲୁଚିଛପି କୋର୍ଟ ମ୍ୟାରେଜ୍ କରିଛନ୍ତି । ବିବାହ ପରଦିନ ଅର୍ଥାତ୍ ରବିବାର ଦିନ ଏହି ଯୋଡ଼ି ବିବାହ ଖରବକୁ ଏକ ଫଟୋ ସହିତ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଆସନ୍ତା ୧୬ ତାରିଖରେ ପୁଣିଥରେ ଦୁଇଜଣଙ୍କ ବିବାହ ହିନ୍ଦୁ ରୀତିନୀତି ଅନୁଯାୟୀ ହେବ ବୋଲି ସୂଚନା ମିଳିଛି । ମିଡିଆ ରିପୋର୍ଟ ଅନୁଯାୟୀ ୧୪ ତାରିଖ ଦିନ ନିର୍ବନ୍ଧ ଏବଂ ୧୫ ତାରିଖରେ ମେହେନ୍ଦୀ ଓ ସଙ୍ଗୀତ ସେରିମନି ରଖାଯାଇଛି । ଗୋଆରେ ଏହି ବିବାହ ଉତ୍ସବ ହେବ ବୋଲି ସୂଚନା ମିଳିଛି । ଗତବର୍ଷ ଠାରୁ ଚାରୁ ଓ ରାଜିବଙ୍କ ମଧ୍ୟରେ ପ୍ରେମସମ୍ପର୍କ ଅଛି । ଚଳିତବର୍ଷ ଆରମ୍ଭରୁ ଏହି ଯୋଡ଼ି ନିଜ ସମ୍ପର୍କକୁ ଔପଚାରିକ ଭାବେ ଘୋଷଣା କରିଥିଲେ ଏବଂ ଗତମାସରେ ରାଜିବ ଚାରୁଙ୍କୁ ପ୍ରପୋଜ୍ କରିଥିଲେ । ରାଜିବ ଜଣେ ମଡେଲ୍ ଓ ଏଣ୍ଟରପ୍ରୋନିୟର୍ ଭାବେ କାର୍ଯ୍ୟରତ ଥିବାବେଳେ ଚାରୁ ଟେଲି ଦୁନିଆରେ ଜଣେ ଦକ୍ଷ ଅଭିନେତ୍ରୀ ଭାବେ ବେଶ୍ ପରିଚିତ । ଧାରାବାହିକ ‘କର୍ଣ୍ଣ ସଙ୍ଗିନୀ’ ରେ କସ୍ତୁରୀ ଭୂମିକା ପାଇଁ ଚାରୁ ଅନେକ ପ୍ରଶଂସା ସାଉଁଟିଛନ୍ତି ।