ସୁଶାନ୍ତଙ୍କ ମୃତ୍ୟୁକୁ କାହିଁକି ହତ୍ୟା ବୋଲି କହିଲେ ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି । ଏଭଳି ସମୟରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ସୁଶାନ୍ତଙ୍କ ମୃତ୍ୟୁକୁ ଏକ ହତ୍ୟା ବୋଲି କହିଛନ୍ତି । ଯାହାକୁ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି ।

ସୁବ୍ରମଣ୍ୟମ ସ୍ୱାମୀ ସୁଶାନ୍ତଙ୍କ ଆତ୍ମହତ୍ୟା ଉପରେ ୨୬ଟି ପଏଣ୍ଟ ରଖିଛନ୍ତି । ଏନେଇ ସେ ଟ୍ୱିଟ୍ ମଧ୍ୟ କରିଛନ୍ତି ।

 

ଏହାଛଡା ସୁବ୍ରମଣ୍ୟମ ସ୍ୱାମୀ ବିହାରର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଟ୍ୱିଟ୍ କରି ସିବିଆଇ ତଦନ୍ତ ଲାଗି ଦାବି କରିଛନ୍ତି ।

ନିକଟ ଅତୀତରେ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଗାର୍ଲଫ୍ରେଣ୍ଡ ରିୟା ଉସୁକାଇ ଥିବା ନେଇ ଅଭିଯୋଗ କରିଛନ୍ତି ପିତା କେେ କେ ସିଂହ । ଏପରିକି ସୁଶାନ୍ତଙ୍କ ବାପା ରିୟା ଚକ୍ରବର୍ତ୍ତୀ ଙ୍କ ବିରୋଧରେ ଥାନାରେ ଏଫଆଇଆର୍ ମଧ୍ୟ କରିଛନ୍ତି । ଯାହା ଫଳରେ ବିହାର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଏହି ମାମଲାରେ ମୁମ୍ବାଇ ପୋଲିସ ସଞ୍ଜୟ ଲୀଲା ଭଂସାଲିଙ୍କ ସମେତ ଏଯାଏଁ ୩୦ରୁ ଅଧିକ ଲୋକଙ୍କୁ ଜେରା କରିସାରିଛି ।

ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଥିବା ବେଳେ ଏହି ମାମଲାରେ ପୋଲିସ ଏଯାଏଁ ବହୁ ଲୋକଙ୍କ ବୟାନ ରେକର୍ଡ କରାଯାଇଛି ।

ନିକଟ ଅତୀତରେ ସୁଶାନ୍ତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବିଚାରା’ର ଟାଇଟଲ୍ ଟ୍ରାକ୍ ସହ ଗୀତ ଗୁଡିକ ରିଲିଜ ହୋଇଛି । ଫିଲ୍ମଟି ଜନ୍ ଗ୍ରୀନଙ୍କ ଉପନ୍ୟାସ ‘ଦ ଫଲଟ୍ ଇନ୍ ଆୱାର ଷ୍ଟାର୍ସ’ ଉପରେ ଆଧାରିତ । ସୁଶାନ୍ତ ସିଂହ ରାଜପୁତଙ୍କ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମ ହଟଷ୍ଟାର୍ ଡିଜନୀରେ ରିଲିଜ ହେଇଛି । ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତ, ସଞ୍ଜନା ସାଘିଂ, ସ୍ୱସ୍ତିକା ମୁଖାର୍ଜି, ସାହିଲ ବୈଦ ଓ ସେଫ୍ ଅଲ୍ଲୀ ଖାନ୍ ଷ୍ଟାରକାଷ୍ଟ ଭାବେ ରହିଛନ୍ତି ।

ସୁଶାନ୍ତ କାଇ ପେ ଛେ, ସୁଦ୍ଧ ଦେଶୀ ରୋମାନ୍ସ, ଡିଟେକ୍ଟିଭ ବ୍ୟୋମକେଶ ବକ୍ସ, ଏମ.ଏସ.ଧୋନୀ, କେଦାରନାଥ ଓ ଛିଛୋରେ ଭଳି ଫିଲ୍ମରେ ଦର୍ଶକଙ୍କୁ ନିଜ ଅଭିନୟର ଯାଦୁ ଦେଖାଇଥିଲେ ।

Leave a Reply

Your email address will not be published. Required fields are marked *