ଏକାମ୍ରକ୍ଷେତ୍ରରୁ ବାଇ ଲ’ ପ୍ରତ୍ୟାହାର ପ୍ରସଙ୍ଗ: କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର, (ଓଡିଶା ଟାଇମ୍) :ଏକାମ୍ରକ୍ଷେତ୍ରରୁ ବାଇ ଲ’  ପ୍ରତ୍ୟାହାର ପ୍ରସଙ୍ଗରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଏହି  ଏନଏମ୍ଏ ଦ୍ବାରା ଜାରି ହୋଇଥିବା ବାଇ ଲ’ କୁ ନେଇ ଭକ୍ତ,  ସେବାୟତ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କେନ୍ଦ୍ର ଦ୍ବାରା ପୁରୀରେ ଜାରି ହୋଇଥିବା ବାଇ ଲ’ ପ୍ରତ୍ୟାହାର ହୋଇଥିବା ମୁଖ୍ୟ ଶାସନ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି।

ଚିଠିରେ ଅନନ୍ତ ବାସୁଦେବ ଓ ବ୍ରହ୍ମଶ୍ୱେର ମନ୍ଦିର ବାଇ ଲ ପ୍ରତ୍ୟାହାର ଦାବି ହୋଇଛି । ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ମହାଶିବ ରାତ୍ରୀ, ସେଦିନ ଏକାମ୍ରକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଶିବରାତ୍ରୀରେ ଏହି ସ୍ଥିତି ଭକ୍ତଙ୍କ ଭାବାବେଗକୁ ଆଘାତ ପହଞ୍ଚାଇପାରିବ । ବାଇ ଲ’ ପ୍ରତ୍ୟାହାର ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ଚିଠି ଲେଖିଛି । କୌଣସି ଦେବଦେବୀ ମନ୍ଦିର ସମ୍ପର୍କରେ ନିଷ୍ପତ୍ତି ପୂର୍ବରୁ ଆଲୋଚନା ହେବାକୁ ମଧ୍ୟ ପରାମର୍ଶ କରିଛନ୍ତି । ସରକାର, ସେବାୟତ ଓ ମନ୍ଦିର ପ୍ରଶାସନ ସହ ଆଲୋଚନା କରି ନିଷ୍ପତ୍ତି ଦେବା ଉଚିତ୍ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *