ଯଦି ଯିବାରେ ଅଛି ଯାଅ, ନହେଲେ ରୁହ; ଦି’ ପ୍ରକାର କଥା କହି ଦଳକୁ ବଦ୍‌ନାମ କରନି: ପ୍ରଦୀପ ମାଝିଙ୍କୁ କଟାକ୍ଷ କଲେ ସୁର ରାଉତରାୟ

ଭୁବୋନଶ୍ଵର, (ଓଡ଼ିଶା ଟାଇମ୍‌): ପୂର୍ବତନ ସାଂସଦ  ପ୍ରଦୀପ ମାଝିଙ୍କ ଉପରେ ଖପ୍ପା ହୋଇଛନ୍ତି ବରିଷ୍ଠ କଂଗେ୍ରସ ନେତା ସୁର ରାଉତରାୟ। କହିଛନ୍ତି ପ୍ରଦୀପ ଦଳକୁ ବଦ୍‌ନାମ କରୁଛନ୍ତି।  ସେ ଦଳରେ ରହିବେ କି ନା ତାହା ସ୍ଥିର କରିପାରୁ ନାହାନ୍ତି। ଓଡ଼ିଶାରେ ଗୋଟି ଏକ କଥା କହୁଥିବା ବେଳେ ଦିଲ୍ଲୀରେ ଆଉ ଗୋଟିଏ ଆଚରଣ ପ୍ରଦର୍ଶନ କରୁଛନ୍ତି। ଏହାଦ୍ଵାରା ଦଳର ଭାବମୂର୍ତ୍ତି କ୍ଷୁଣ୍ଣ ହେଉଛି। ଏପରିକି ଦଳ ପିପିଲି ଉପ ନିର୍ବାଚନରେ ତାଙ୍କ ଯୋଗୁ କ୍ଷତି ସହିଛି ବୋଲି କହିଛନ୍ତି ସୁର।

ଏଠାରେ ଭିଡିଓ ଦେଖନ୍ତୁ 

ଶ୍ରୀ ମାଝି କଂଗ୍ରେସ  ଛାଡ଼ୁଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପଉଛି। ସେ ଦଳରେ ଅସନ୍ତୁଷ୍ଟ ରହିଛନ୍ତି ଏବଂ ବିଜେଡିରେ ଯୋଗଦେଇପାରନ୍ତି ବୋଲି ଗଣମାଧ୍ୟମରେ ଅନେକ ରିପୋର୍ଟ ପ୍ରକାଶ ପାଉଛି। ଯଦିଓ ପ୍ରଦୀପ ଏନେଇ ନୀରବ ରହିଛନ୍ତି କିନ୍ତୁ କିଛି ସ୍ପଷ୍ଟ ହୋଇ ନାହିଁ। ଅର୍ଥାତ୍‌ ସେ ପରିବେଶକୁ ଅଧିକ ଗୋଳିଆ କରୁଥିବା ଅଭିଯୋଗ ହୋଇଛି।

ଅପରପକ୍ଷେ ସେ ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ଭେଟିଥିବା ଖବରକୁ ନେଇ ଉତ୍‌କ୍ଷୀପ୍ତ ହୋଇଛନ୍ତି ସୂୁର। କହିଛନ୍ତି ଦି’ ପ୍ରକାର କଥା କହୁଛନ୍ତି ପୟ୍ରଦୀପ। ସେ ସବୁ ସ୍ପଷ୍ଟ କରିବା କଥା।

 

Leave a Reply

Your email address will not be published. Required fields are marked *