‘ସୁପର୍ ୩୦’ର ନୂଆ ପୋଷ୍ଟର୍ ରିଲିଜ୍, ଫିଲ୍ମ ପାଇଁ ବଢୁଛି କ୍ରେଜି
ହ୍ରିତିକ୍ ରୋସନଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ସୁପର୍ ୩୦’ର ପ୍ରଥମ ପୋଷ୍ଟର୍ ଦେଖିବା ପରଠାରୁ ପ୍ରଶଂସକ ମହଲରେ ଏହାକୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ଏହାର ମୁକ୍ତିଲାଭ ତାରିଖକୁ ସିନେପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରୁଛନ୍ତି । ଏଭଳି ସ୍ଥିତିରେ ଫିଲ୍ମର ଆଉ ଏକ ପୋଷ୍ଟର୍ ରବିବାର ଦିନ ରିଲିଜ୍ କରାଯାଇଥିଲା । ଏହା ଭାଇରାଲ୍ ହେବା ପରେ ଫିଲ୍ମ ପ୍ରତି ପ୍ରଶଂସକଙ୍କ କ୍ରେଜି ଆହୁରି ବଢିବାରେ ଲାଗିଛି । ହ୍ରିତିକ୍ ଏହାକୁ ଟ୍ୱିଟ୍ କରିବା ସହିତ ଟ୍ରେଲରର ରିଲିଜ୍ ଡେଟ୍ ମଧ୍ୟ ସେୟାର୍ କରିଛନ୍ତି । ଏହି ପୋଷ୍ଟର୍ ଦେଖିବା ପରେ ସିନେପ୍ରେମୀ ଫିଲ୍ମର ନିର୍ଦ୍ଦେଶକ ବିକାଶ ବେହେଲଙ୍କ ପ୍ରଶଂସା ନକରି ରହିପାରି ନାହାନ୍ତି । ଏହି ପୋଷ୍ଟରରେ ହ୍ରିତିକ୍ ଓ ତାଙ୍କର ଷ୍ଟୁଡେଣ୍ଟମାନେ ବର୍ଷାରେ ଦୌଡ଼ୁଥିବାର ଦେଖିବାକୁ ମିଳିଛି । ଆଗାମୀ ୪ ତାରିଖରେ ଫିଲ୍ମର ଟ୍ରେଲର୍ ଆସିବ ବୋଲି ସୂଚନା ମିଳିଛି ଏବଂ ଜୁଲାଇ ୧୨ ତାରିଖରେ ଏହା ସିନେମାଘରକୁ ଆସିବ । ଏହି ଫିଲ୍ମରେ ହ୍ରିତିକ୍ ଜଣେ ଖୁବ୍ ସାଧାରଣ ନିମ୍ନ ମଧ୍ୟବିତ୍ତ ପରିବାରର ବ୍ୟକ୍ତି ଭାବେ ପରଦା ଉପରକୁ ଆସିବେ । ହ୍ରିତିକଙ୍କ ସହିତ ପଙ୍କଜ ତ୍ରିପାଠୀ, ମୃଣାଳ ଠାକୁର, ନନ୍ଦିଶ୍ ସିଂ, ଅମିତ୍ ସାଧ୍ ଓ ଜନି ଲିଭର୍ ଅଛନ୍ତି ।