‘ସୁପର୍ ୩୦’ : ରିଭ୍ୟୁ

ଫ୍ରାଇଡେ’ ରିଲିଜରେ ଏଥର ସିନେମାଘରକୁ ଆସିଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ସୁପର୍ ୩୦’ । ବିକାଶ ବେହେଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ହ୍ରିତିକ୍, ପଙ୍କଜ ତ୍ରିପାଠୀ ଓ ମୃଣ।।ଳ ଠାକୁର ମୁଖ୍ୟ ଭୂମିକାରେ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛନ୍ତି । ଫିଲ୍ମର କାହାଣୀ ବିହାରରେ ଆଇଆଇଟିର କୋଚିଙ୍ଗ୍ ଦେଉଥିବା ଅନୁଷ୍ଠାନ ‘ସୁପର୍ ୩୦’ ଓ ଏହାର ସଂସ୍ଥାପକ ଆନନ୍ଦ କୁମାରଙ୍କ ଜୀବନରୁ ପ୍ରେରିତ । ‘ସୁପର୍ ୩୦’ର କାହାଣୀ ଏକ ଫ୍ଲାସବ୍ୟାକ୍ ସହିତ ଆରମ୍ଭ ହୋଇଛି । ମୁଖ୍ୟ ନାୟକ ଆନନ୍ଦ କୁମାର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ପଢିବା ପାଇଁ ସୁଯୋଗ ପାଇଛନ୍ତି । କିନ୍ତୁ ଆର୍ଥିକ ସକ୍ଷମତା ନଥିବାରୁ ସେ ଏହି ସୁଯୋଗରୁ ବଞ୍ଚିତ ଅଛନ୍ତି । ସେହି ସମୟରେ ଆନନ୍ଦଙ୍କ ପିତା ଚାଲିଯାଆନ୍ତି ଏବଂ ଘରର ଗୁଜରାଣ ମେଣ୍ଟାଇବା ପାଇଁ ସେ ତାଙ୍କର ମା’ଙ୍କ ସହିତ ମିଶି ହାତ ତିଆରି ପାମ୍ପଡ଼ ବିକ୍ରି କରନ୍ତି । ଏଭଳି କିଛି ଦିନ ଗଲା ପରେ ଲଲ୍ଲନ୍ ସିଂ (ଆଦିତ୍ୟ ଶ୍ରୀବାସ୍ତବ)ଙ୍କ ସହିତ ଆନନ୍ଦଙ୍କ ଦେଖା ହୁଏ । ଆଇଆଇଟି ପାଇଁ ପ୍ରସ୍ତୁତ ହେୁଥିବା ଷ୍ଟୁଡେଣ୍ଟ୍ ମାନଙ୍କ ପାଇଁ ଲଲ୍ଲନ୍ ଏକ କୋଚିଙ୍ଗ୍ ସେଣ୍ଟର୍ ଖୋଲିଛନ୍ତି ଏବଂ ସେଥିରେ ସେ ଆନନ୍ଦଙ୍କୁ ଟିଚର୍ ଭାବେ ନିଯୁକ୍ତି ଦିଅନ୍ତି । ଏହାପରେ ଆନନ୍ଦଙ୍କ ଜୀବନରେ ଟର୍ଣ୍ଣିଙ୍ଗ୍ ପଏଣ୍ଟ୍ ଆସିଛି । ଅନୁଷ୍ଠାନରେ ଯୋଗ ଦେବା ପରେ ସେ ଜାଣିବାକୁ ପାଇଛନ୍ତି ଯେ ତାଙ୍କ ଭଳି ଅନେକ ମେଧାବୀ ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ଶିକ୍ଷା ଲାଭ କରିପାରୁନାହାନ୍ତି । ଏହାପରେ ସେ ବିନା ଦରମାରେ ଶିକ୍ଷା ଦେବା କାମ ଆରମ୍ଭ କରିଛନ୍ତି । ଆନନ୍ଦଙ୍କ ଏହି ସଂଘର୍ଷ ଓ ବିଜୟର କାହାଣୀକୁ ନେଇ ଫିଲ୍ମ ଆଗକୁ ବଢିଛି ।

ପଙ୍କଜ ତ୍ରିପାଠୀ ଏହି ଫିଲ୍ମରେ ଶିକ୍ଷାମନ୍ତ୍ରୀଙ୍କ ଭୂମିକାରେ ଅଛନ୍ତି । ଆନନ୍ଦ କୁମାରଙ୍କ ପ୍ରେରଣାଭରା କାହାଣୀ ଦର୍ଶକ ଓ ସମୀକ୍ଷକଙ୍କୁ ଖୁବ୍ ପସନ୍ଦ ହୋଇଛି । ପ୍ରତିଥର ଭଳି ହ୍ରିତିକଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ କିମିଆ କରିଛି । ହିରୋ ଷ୍ଟାଇଲ୍ ବଦଳରେ ହ୍ରିତିକ ଜଣେ ଅତି ସାଧାରଣ ବ୍ୟକ୍ତି ଭାବେ ପରଦା ଉପରକୁ ଆସିଛନ୍ତି । କାହାଣୀ ଅନୁଯାୟୀ ହ୍ରିତିକଙ୍କ ମେକଅପ୍ ଖୁବ୍ ପରଫେକ୍ଟ ମନେ ହେଉଛି । ୨ ଘଣ୍ଟା ୪୨ ମିନିଟର ଏହି ଫିଲ୍ମ ରିଲିଜ୍ ହେବା ପରେ ଦେଶବ୍ୟାପି ଏହାର ପ୍ରଶଂସା ଶୁଣିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *