ମ୍ୟାଚ୍ ପୂର୍ବରୁ ଶ୍ରୀଲଙ୍କାର ୨ ଖେଳାଳୀ ଓ କୋଚ୍ ପଜିଟିଭ
ବାଂଲାଦେଶ ,(ଓଡିଶା ଟାଇମ୍):ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ହେବାକୁ ତିନିଟିକିଆ ଦିନିକିଆ ସିରିଜ ଉପରେ ଲାଗିଛି କରୋନା ଗ୍ରହଣ । ମ୍ୟାଚ୍ ପୂର୍ବରୁ ଶ୍ରୀଲଙ୍କା ବୋଲିଂ କୋଚ୍ ଦୁଇ ଖେଳାଳୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ତେବେ ମ୍ୟାଚ୍ ବାତିଲ ହେବା ନେଇ ବାଂଲାଦେଶ କ୍ରିକେଟ୍ ବୋର୍ଡ ପକ୍ଷରୁ ଏପର୍ଯ୍ୟନ୍ତ ସରକାରୀ ଘୋଷଣା କରାଯାଇ ନାହିଁ । ସୂଚନା ଅନୁଯାୟୀ, ଶ୍ରୀଲଙ୍କାର ବୋଲିଂ କୋଚ୍ ଚାମିଣ୍ଡା ଭାସ୍, ଇସୁରୁ ଉଦାନା ଏବଂ ଶିରେନ୍ ଫର୍ନାଣ୍ଡୋଙ୍କ କରୋନା ଭାଇରସ୍ ରିପୋର୍ଟ ପଜିଟିଭ ଆସିଛି ।
ଭାସ୍, ଉଦାନା ଏବଂ ଫର୍ନାଣ୍ଡୋଙ୍କ ନମୁନା ମେ୨୧ ସଂଗ୍ରହ ହୋଇଥିଲା । କ୍ରିକବଜ୍ ରିପୋର୍ଟ ଅନୁଯାୟୀ ଶ୍ରୀଲଙ୍କା ଏବଂ ବାଂଲାଦେଶ ଦଳ ଶନିବାର ନିଆଯାଇଥିବା ନମୁନାର ଫଳାଫଳକୁ ଅପେକ୍ଷା କରିଛନ୍ତି । ଏବେ ମ୍ୟାଚ ଖେଳାଯିବ କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନି । କିନ୍ତୁ କରୋନା ଭୂତାଣୁର ଏହି ମାମଲା ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ତିନି ମ୍ୟାଚ୍ ସିରିଜ୍ ଉପରେ ନିଶ୍ଚିତ ଭାବେ ପ୍ରଭାବ ପକାଇବ ଏଥିରେ ସନ୍ଦେହ ନାହିଁ ।