ବାତ୍ୟା “ୟସ୍“ ମୁକାବିଲା : ଭଦ୍ରକରେ ଏସଆରସିଙ୍କ ସମୀକ୍ଷା

ଭଦ୍ରକ, (ଓଡିଶା ଟାଇମ୍): ପୁର୍ବ କେନ୍ଦ୍ରିୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ତେବେ ଏହା ଆହୁରି ତୀବ୍ର ହୋଇ ୨୬ ତାରିଖରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଅତି ଭୟଙ୍କର ରୁପ ନେଇ ଉପକୁଳ ଅତିକ୍ରମ କରିବ । ଭାରତୀୟ ପାଣିପାଗ ବିଭାଗ ତରଫରୁ ଏନେଇ ସତରକ୍ ସୂଚନ ଜାରି କରାଯାଇଛି । ତେବେ ରାଜ୍ୟରେ ଥିବା ଉପକୂଳିଆ ଅଞ୍ଚଳରେ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିପାଇଁ ଭଦ୍ରକରେ ସମ୍ଭାବ୍ୟ ବାତ୍ୟା ନେଇ ଏସଆରସି ସ୍ଥିତି ସମୀକ୍ଷା କରିଛନ୍ତି । ବାତ୍ୟା ୟସକୁ ନେଇ କେମେତି ମୁକାବିଲା କରାଯିବ ସେନେଇ ମାନସ ମନ୍ଥନ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି ଏସଆରସି ପ୍ରଦୀପ ଜେନା । ତେବେ ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି ।

Leave a Reply

Your email address will not be published. Required fields are marked *