ସିକନ୍ଦରାବାଦ ଓ ଭୁବନେଶ୍ୱର ମଧ୍ୟରେ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ

ଗ୍ରୀଷ୍ମ ସମୟରେ ଯାତ୍ରୀ ଭିଡକୁ ଏଡ଼ାଇବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ସିକନ୍ଦରାବାଦ ଓ ଭୁବନେଶ୍ୱର ମଧ୍ୟରେ ଜୁନ ପହିଲାରୁ ୩୦ ତାରିଖ ମଧ୍ୟରେ ଏକ ଦ୍ବି-ସାପ୍ତାହିକ ଟ୍ରେନ ଚଳାଚଳ କରାଇବାକୁ ସ୍ଥିର କରାଯାଇ ଅଛି ଯାହାଦ୍ୱାରା ଯାତ୍ରୀ ମାନଙ୍କ ପାଇଁ ଅଧିକ ବର୍ଥ ଶୃଷ୍ଟି କରାଯାଇ ପାରିବ I  

୦୨୭୮୪ ସିକନ୍ଦରାବାଦ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଜୁନ ପହିଲାରୁ ୨୯ ତାରିଖ ମଧ୍ୟରେ ସିକନ୍ଦରାବାଦ ରୁ ପ୍ରତି ବୁଧବାର ଓ ଶନିବାର ଦିନ ଅପରାହ୍ନ ୧୨ଘ.୩୦ ମି.ରେ ଛାଡି ଭୁବନେଶ୍ୱର ଠାରେ ତା’ପରଦିନ ପୂର୍ବାହ୍ନ ୯ଘ.୩୦ମି.ରେ ପହଞ୍ଚିବ I   ଫେରିବା ପଥରେ ୦୨୭୮୩ ଭୁବନେଶ୍ୱର-ସିକନ୍ଦରାବାଦ ସ୍ୱତନ୍ତ୍ର ଟ୍ରେନ ଜୁନ ମାସ ୨ ତାରିଖ ରୁ ୩୦ ତାରିଖ ମଧ୍ୟରେ ଭୁବନେଶ୍ୱର ରୁ ପ୍ରତି ରବିବାର ଓ ଗୁରୁବାର ସନ୍ଧ୍ୟା ୬ ଘଟିକାରେ ଛାଡି ସିକନ୍ଦରାବାଦ ଠାରେ ତା’ପରଦିନ ଅପରାହ୍ନ ୨ ଘଟିକାରେ ପହଞ୍ଚିବ I  

ଏହି ଟ୍ରେନରେ ଦୁଇଟି ଏସି-୨ ଟାୟାର, ଛଅ ଟି ଏସି-୩ ଟାୟାର, ୧୦ଟି ସ୍ଲିପର କ୍ଲାସ ଓ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ଉପଲବ୍ଧ ଥିବାବେଳେ ଏହା ଭୁବନେଶ୍ୱର ଓ ସିକନ୍ଦରାବାଦ ଷ୍ଟେସନ ମଧ୍ୟରେ ଉଭୟ ଦିଗରୁ କାଜିପେଟ, ଖମାମ, ରାୟଣାପଡୁ, ଏଲୁରୁ, ତାଡେ଼ପଲ୍ଲୀଗୁଡେମ, ରାଜମହେନ୍ଦ୍ରୀ, ସମାଲକୋଟ, ଦୁଭାଡା, କୋଟଭଲସା, ବିଜୟନଗରମ, ଶ୍ରୀକାକୁଲମ, ପଲାସା, ବ୍ରହ୍ମପୁର ଓ ଖୋର୍ଦ୍ଧା ରୋଡ଼ ଷ୍ଟେସନ ମାନଙ୍କରେ ରହଣି କରିବ I                

ଏହା ବ୍ୟତୀତ ଆସନ୍ତା ୨୬ ତାରିଖରେ ମାଙ୍ଗIଲୋର ଠାରୁ ଆପଡନା ୩ ଘଟିକାରେ ଏକ ସ୍ୱତନ୍ତ୍ର ଟ୍ରେନ ବାହାରି ବିଜୟନଗରମ, ରାୟଗଡା, ସମ୍ବଲପୁର ଓ ରାଉରକେଲା ମାର୍ଗ ଦେଇ ଏକ ସ୍ୱତନ୍ତ୍ର ଟ୍ରେନ ଧାନବାଦ ଯାତ୍ରା କରିବ ଓ ଧାନବାଦ ଠାରେ ୨୮ ତାରିଖ ରାତ୍ର ୧୧ଘ.୩୦ ମି.ରେ ପହଞ୍ଚିବ I  ସହିପରି ଆଉ ଏକ ସ୍ୱତନ୍ତ୍ର (ଜନ ସାଧାରଣ) ଟ୍ରେନ କୃଷ୍ଣରାଜପୁରମ (ବାଙ୍ଗାଲୋର) ଠାରୁ ୨୬ ତାରିଖ ଅପରାହ୍ନ ୨ ଘଟିକାରେ ଛାଡି ବିଜୟନଗରମ, ବ୍ରହ୍ମପୁର, ଭୁବନେଶ୍ୱର ଓ ଭଦ୍ରକ ମାର୍ଗ ଦେଇ ବିହାର ର ଭଗଲପୁର କୁ ଯାତ୍ରା କରିବ ଓ ସେଠାରେ ୨୮ ତାରିଖ ପୂର୍ବାହ୍ନ ୧୦ଘ.୩୦ମି.ରେ ପହଞ୍ଚିବ I      

ଚଳିତ ଗ୍ରୀଷ୍ମ ଋତୁ ରେ ପୂର୍ବତଟ ରେଳପଥ ମଧ୍ୟରୁ ଏବଂ ଏହାର ପରିସୀମା ମଧ୍ୟଦେଇ ପ୍ରାୟ ୧୭ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଦେଶର ବିଭିନ୍ନ ପ୍ରଣତାକୁ ଚଳାଚଳ କରୁଅଛି ଯାହା ଫଳରେ ଯାତ୍ରୀ ଭିଡ଼ ସମୟରେ ଅଧିକ ବର୍ଥ ଶୃଷ୍ଟି କରାଯାଉ ଅଛି I  

ପୂର୍ବତଟ ରେଳପଥ ପକ୍ଷରୁ ପ୍ରତିଦିନ ଯାତ୍ରୀ ପରିଚାଳନାକୁ ପୁଙ୍ଖIନୁପୁଙ୍ଖ ଭାବେ ତଦାରଖ କରାଯାଇ ବିଶେଷ ପଦକ୍ଷେପ ନିଆଯାଉଅଛି  I ରେଳପଥର ପରିସୀମା ମଧ୍ୟରୁ ବିଭିନ୍ନ ପ୍ରାନ୍ତକୁ  ଯାତ୍ରୀ ମାନଙ୍କର ଚାହିଦାକୁ ନଜର ରେ ରଖି ଯୋଜନା ପ୍ରସ୍ତୁତ କରାଯାଇ ସେହି ଦିଗ କୁ ଚଳାଚଳ କରୁଥିବା ଟ୍ରେନ ମାନଙ୍କରେ ଅଧିକ କୋଚ ସଂଯୋଗ କରାଯିବା ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ର ମଧ୍ୟ ବ୍ୟବସ୍ଥା କରାଯାଉ ଅଛି I ନିୟମିତ ଚଳାଚଳ କରୁଥିବା ଟ୍ରେନ ମାନଙ୍କରେ ଅଧିକ କୋଚ ସଂଯୋଗ ଓ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯିବା ଦ୍ୱାରା ଅଧିକ ବର୍ଥ ଶୃଷ୍ଟି କରାଯାଇ ପାରୁଅଛି ଯଦ୍ୱାରା ଭିଡ ସମୟରେ ଯାତ୍ରୀ ମାନଙ୍କୁ ଏହି ସୁବିଧା ପ୍ରଦାନ କରାଯାଇ ପାରୁଅଛି  I 

Leave a Reply

Your email address will not be published. Required fields are marked *