ନନ୍ଦନକାନନରେ କେନ୍ଦ୍ରୀୟ ଚିଡିଆଖାନାର ସ୍ବତନ୍ତ୍ର ସଦସ୍ୟ

ଭୁବନେଶ୍ବର, (ଓଡିଶା ଟାଇମ୍): କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ  ସ୍ବତନ୍ତ୍ର ସଦସ୍ୟ ନନ୍ଦନକାନନ ଆସି ଚିଡିଆଖାନା ପର୍ଯ୍ୟବେକ୍ଷଣ କରୁଛନ୍ତି । ନନ୍ଦନକାନନ ନିର୍ଦ୍ଦେଶକ ମନୋରଞ୍ଜନ ମହାପାତ୍ର, ଉପନିର୍ଦ୍ଦେଶକ ସଞ୍ଜିତ କୁମାର ସମେତ ଚିଡିଆଖାନାର ଅନ୍ୟ ଅଧିକାରୀମାନେ ସ୍ବତନ୍ତ୍ର ସଦସ୍ୟଙ୍କୁ ନନ୍ଦନକାନନରେ ଥିବା ବିଭିନ୍ନ ଖୁଆଡ, ଭେଟେନାରୀ, ସ୍ଲଟର ହାଉସ୍, ଜଳାଶୟ, ଫିଡିଙ୍ଗ ଚ୍ୟାମ୍ବର, ଷ୍ଟୋରେଜ୍ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ସଫାରୀ ଭିତରେ ରକ୍ଷଣାବେକ୍ଷଣ ଭଳି ବିଭିନ୍ନ ସ୍ଥାନଗୁଡିକ ବୁଲାଇ ଦେଖାଇବା ସହିତ ଆଗକୁ  କେଉଁଠି କ’ଣ ଆବଶ୍ୟକ ସେ ବିଷୟରେ ଅବଗତ କରାଇଛନ୍ତି ।

ପ୍ରତିବର୍ଷ କେନ୍ଦ୍ରୀୟ ଚିଡିଆଖାନାରୁ ଏକାଧିକ ସଦସ୍ୟ ଆସି ପର୍ଯ୍ୟବେକ୍ଷଣ କରିଥାନ୍ତି । କୋଭିଡ୍ କାରଣରୁ ଚଳିତ ବର୍ଷ ଜଣେ ସଦସ୍ୟ ଆସିଛନ୍ତି । ସବୁ କିଛି ବୁଲାବୁଲି କରିବା ପରେ ବୈଠକ କରାଯାଇ ସମସ୍ତ ରକ୍ଷଣାବେକ୍ଷଣ ଓ ବିଭିନ୍ନ ସମସ୍ୟା ବିଷୟରେ କେନ୍ଦ୍ରୀୟ ସଦସ୍ୟଙ୍କୁ ଅବଗତ କରି ସୂଚନା ଦିଆଯିବ ବୋଲି ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି

Leave a Reply

Your email address will not be published. Required fields are marked *