ଭିଜିଲାନ୍ସ ପଞ୍ଝାରେ ସୋନପୁର ଉପଜିଲ୍ଲାପାଳ ଅଫିସ୍ ମୁଖ୍ୟ କିରାଣୀ

ବଲାଙ୍ଗିର, (ଓଡିଶା ଟାଇମ୍): ଭିଜିଲାନ୍ସ ଜାଲରେ ସୋନପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ କିରାଣୀ ରମେଶ ପ୍ରସାଦ ନାଗ । ଗୁରୁବାର ସକାଳୁ ସକାଳୁ ରମେଶଙ୍କ ବଲାଙ୍ଗୀର ଶାନ୍ତିପଡା ଓ ତାଲପାଲିପଡା ଘରେ ଚଢାଉ କରିଛି ଭିଜିଲାନ୍ସ । ସେହିପରି ସୋନପୁର ଅଫିସରେ ମଧ୍ୟ ଚଢାଉ ଚାଲିଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଆରମ୍ଭ କରିଛି । ଶାନ୍ତିପଡାରେ ତାଙ୍କ ୩ ମହଲା କୋଠା ରହିଥିବା ବେଳେ ବିଭିନ୍ନ ବ୍ୟାଙ୍କ ପାସବୁକ, କାଗଜପତ୍ର ଆଦି ଯାଞ୍ଚ ଚାଲିଛି । ତେବେ ବ୍ୟାଙ୍କ ଲକର ଯାଞ୍ଚ ପରେ ଅଧିକ ତଥ୍ୟ ଜଣାପଡିବ ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି । ଭିଜିଲାନ୍ସର ୩ଟି ଟିମ୍ ଏକକାଳୀନ ୩ଟି  ସ୍ଥାନରେ ଚଢାଉ ଜାରି ରଖିଛି । ସେପଟେ ଏହା ୪ ଭାଇଙ୍କ ସମ୍ପତ୍ତି, ସେ କୌଣସି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିନଥିବା  ମୁଖ୍ୟ କିରାଣୀ ସଫେଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *