ଓଡ଼ିଶା ଷ୍ଟେଟ୍ ସର୍ଜନ୍ସ ସମ୍ମିଳନୀରେ ସୋଆ ମେଡିକାଲ୍ ଛାତ୍ରଛାତ୍ରୀ ପୁରସ୍କୃତ
ନିକଟରେ ବାଲେଶ୍ୱରରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ଷ୍ଟେଟ୍ ସର୍ଜନ୍ସ କନ୍ଫରେନ୍ସରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ଅନ୍ତର୍ଗତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍ର ସର୍ଜରୀ ବିଭାଗ ପିଜି ଛାତ୍ରଛାତ୍ରୀମାନେ ସର୍ବାଧିକ ପୁରସ୍କାର ହାସଲ କରିଛନ୍ତି। ଡାକ୍ତର ସୁମନ୍ ସୌରଭ ରାଉତ ଏବଂ ଡାକ୍ତର କସ୍ତୁରୀ ଭରଦ୍ୱାଜ ୟୁରୋଲୋଜି ଟ୍ରଷ୍ଟ ବେଷ୍ଟ ପେପର୍ ଆୱାର୍ଡରେ ମିଳିତ ଭାବେ ବିଜେତା ହୋଇ ପୁରସ୍କୃତ ହୋଇଥିବା ବେଳେ ପୋଷ୍ଟ ଗ୍ରାଜୁଏଟ୍ ପୋଷ୍ଟର କମ୍ପିଟିସନ୍ରେ ଡାକ୍ତର ସୋନାଲି ମହାନ୍ତି ପ୍ରଥମ ପୁରସ୍କାର ହାସଲ କରିଛନ୍ତି।
ପୋଷ୍ଟ ଗ୍ରାଜୁଏଟ୍ ପେପର୍ ପ୍ରେଜେନ୍ଟେସନ୍ ଏବଂ ପୋଷ୍ଟ ଗ୍ରାଜୁଏଟ୍ ମାଷ୍ଟର କ୍ଲାସ୍ କମ୍ପିଟିସନ୍ରେ ଯଥାକ୍ରମେ ଡାକ୍ତର ଏ. ନାଇଡୁ ଏବଂ ଡାକ୍ତର କେ. ଉଜ୍ୱଲ୍ ତୃତୀୟ ପୁରସ୍କାର ହାସଲ କରିଛନ୍ତି। ଆଇଏମ୍ଏସ୍ର ଇଣ୍ଟର୍ନ୍ ଛାତ୍ରୀ ଡାକ୍ତର ଜେ. ତେଜସ୍ୱିନୀ ଫାଇନାଲ୍ ଏମ୍ବିବିଏସ୍ ପରୀକ୍ଷାରେ ସର୍ଜରୀ ବିଭାଗରେ ସବୁଠାରୁ ଅଧିକ ନମ୍ୱର ହାସଲ କରିଥିବା କାରଣରୁ ଆସୋସିଏସନ୍ ଅଫ୍ ସର୍ଜନ୍ସ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ପ୍ରଫେସର ଅରବିନ୍ଦ କୁମାରଙ୍କ ଠାରୁ ସ୍ୱର୍ଣ୍ଣ ପଦକ ଗ୍ରହଣ କରିଥିଲେ। ଏହି ସମ୍ମିଳନୀଟି ନର୍ଥ ଓଡ଼ିଶା ଚାମ୍ୱର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିରେ ଅନୁଷ୍ଠିତ ହୋଇଥିଲା।
ସେହିପରି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସର ଇଣ୍ଟର୍ନ୍ ଛାତ୍ରୀ ଡାକ୍ତର ଶିବାନୀ ଷଡ଼ଙ୍ଗୀ ନିକଟରେ ଇନ୍ଦୋରଠାରେ ଶେଷ ହୋଇଥିବା ୭୨ ତମ ଇଣ୍ଡିଆନ୍ ଡେଣ୍ଟାଲ୍ କନ୍ଫରେନ୍ସରେ ବେଷ୍ଟ ପେପର୍ ପ୍ରେଜେନ୍ଟେସନ୍ ପାଇଁ ପୁରସ୍କୃତ ହୋଇଥିଲେ। ତାଙ୍କର ପେପର୍ରର ବିଷୟ ବସ୍ତୁ ଥିଲା ‘ଟ୍ରିଟ୍ମେଣ୍ଟ ଷ୍ଟ୍ରାଟେଜିସ୍ ଫର୍ ଓରାଲ୍ ଅଲ୍ସର୍ସ’।