ସିମ୍‌ରନ୍‌ ମୃତ୍ୟୁ ରହସ୍ୟ: ପୃଥକ ମାମଲା ରୁଜୁ

ସମ୍ବଲପୁର, (ପ୍ରଫୁଲ୍ଲ କୁମାର ଦାଶ): ବହୁ ଚର୍ଚିତ ସେଲ୍‌ଫି ବେବୋ ଆଲ୍‌ବମ୍‌ ନାୟିକା ସିମ୍‌ରନ୍‌ ମୌର୍ଯ୍ୟ ମୃତ୍ୟୁ ମାମଲା ଭିନ୍ନ ମୋଡ଼ ନେଇଛି। ସିମ୍‌ରନ୍‌ଙ୍କ ବାପା, ତାଙ୍କ ମୃତ୍ୟୁକୁ ଏକ ସୁପରିକଳ୍ପିତ ହତ୍ୟା ଘଟଣା ବୋଲି ଅଭିଯୋଗ କରିଛନ୍ତି। ଏଥିରେ ସିମ୍‌ରନ୍‌ଙ୍କ ପ୍ରେମିକ ଯୁଗ ସୁନା, କାକା ଓ ମା’ ଅଭିଯୁକ୍ତ ଥିବା ସେ ଦର୍ଶାଇଛନ୍ତି। ପୁଲିସ ଏ ବବାଦରେ ଏକ ସ୍ଵତନ୍ତ୍ର ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଜାନୁୟାରୀ୩ ତାରିଖରେ ବୁର୍ଲା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜ କରି ସେହି ଅନୁସାରେ ତଦନ୍ତ କରୁଥିଲେ। ହେଲେ ଏବେ ବାପାଙ୍କ ଅଭିଯୋଗ ପରେ ସିମ୍‌ରନ୍‌ଙ୍କ ମୃତ୍ୟୁକୁ ହତ୍ୟାକାଣ୍ଡ ବୋଲି ଧରି ପୁଲିସ ଆବଶ୍ୟକ ତଦନ୍ତ କରିବ ବୋଲି ଏସ୍‌ଡିପିଓ ଶିଶୁ ରଞ୍ଜନ ମହାପାତ୍ର କହିଛନ୍ତି।

ସିମ୍‌ରନ୍‌ର ବ୍ରସ ମାତ୍ର ୧୭ ବର୍ଷ ଥିଲା। ଏବଂ ଏହି ନାବାଳିକାକୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପିତା-ମାତା ମୃତ୍ୟୁ ଦିନରୁ ହିଁ ଅଭିଯୋଗ କରିଆସୁଥିଲେ।

ପୁଲିସ ଏବେ ସିମ୍‌ରନ୍‌ଙ୍କ ମୋବାଇଲ୍‌ କଲ୍‌ ରେକର୍ଡ, ଭଏସ୍‌ କଲ ଯାଞ୍ଚ କରିବ ବୋଲି ଏସ୍‌ପିଓ ଶ୍ରୀ ମହାପାତ୍ର କହିଛନ୍ତି। ଏ ଭିତରେ ଅଭିଯୁକ୍ତ ଯୁଗ ସୁନାକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ସିମ୍‌ରନ୍‌ ନୂଆବର୍ଷରେ ଭବାନୀପାଟଣାଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରୁ ଟ୍ରେନ୍‌ରେ ଝାରସୁଗୁଡ଼ା ଫେରିବା କାର୍ଯ୍ୟକ୍ରମ ଥିଲା କାନ୍ତୁ ସେ ଆଉ ଫେରି ନଥିଲେ। ତିନି ତାରିଖ ଦିନ ତାଙ୍କ ରକ୍ତ ଜୁଡ଼ୁବଡ଼ୁ ଶରୀରକୁ ବୁର୍ଲାସ୍ଥିତ ମହାନଦୀ ପୋଲ ତଳୁ ଉଦ୍ଧାର କରାଯାଇଥିଲା। ତାଙ୍କ ମୁଣ୍ଡ ଫାଟିଯାଇଥିଲା। ଏହି ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା। ଏ ଭିତରେ ସିମ୍‌ରନ୍‌ର ଏକ ଫୋନ୍‌ କଲ୍‌ ଭଏସ୍‌ ଭାଇରାଲ୍‌ ହୋଇଛି। ଯେଉଁଥିେୀ ଯୁଗ ସୁନା ତାଙ୍କୁ ବାରମ୍ବାର ମରିବା ପାଇଁ ପ୍ରବର୍ତ୍ତାଉ ଥିବା ଅଭିଯୋଗ ହୋଇଛି ।

ରହସ୍ୟଘେରରେ ସେଲ୍‌ଫି ବେବୋ ନାୟିକାଙ୍କ ମୃତ୍ୟୁ

ମୃତ ଆଲ୍‌ବମ୍‌ ଅଭିନେତ୍ରୀ ସିମ୍‌ରନ୍‌ ବୟଫ୍ରେଣ୍ଡ୍‌ ଅଟକ

Leave a Reply

Your email address will not be published. Required fields are marked *