ସିମୋଗା ବିସ୍ଫୋରଣ : ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

ବେଙ୍ଗାଲୁରୁ, (ଓଡିଶା ଟାଇମ୍) :କର୍ଣ୍ଣାଟକର ସିମୋଗା ଜିଲ୍ଲାରେ ଗୁରୁବାର ବିଳମ୍ବିତ ରାତ୍ରରେ ଘଟିଥିବା ବିସ୍ଫୋରଣରେ ୮ ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ପ୍ରଥମେ ୩ ଜଣଙ୍କର ଜୀବନ ଯାଇଥିବା ସୂଚନା ମିଳିଥିଲା । ଏବେ ଏହି ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, କର୍ଣ୍ଣାଟକ ସରକାର ପୀଡିତଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ କରୁଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ମଧ୍ୟ ମୃତକଙ୍କ ପରିଜନ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ଏହାସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାକୁ ଗୁରୁତର ସହ ପୋଲିସ ଓ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ପୋଲିସ ଅଧିକାରୀଙ୍କ ସୂଚନାନୁସାରେ, ଏକ ଟ୍ରକରେ ବିସ୍ଫୋରଣ ହୋଇଛି । ଏଥିରେ ଜିଲୋଟିନ୍ ଥିଲା । ଟ୍ରକରେ ଥିବା ୮ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ସ୍ଥାନୀୟ ଲୋକେ ମଧ୍ୟ ବିସ୍ଫୋରଣ ପରେ ହୋଇଥିବା କମ୍ପନକୁ ଅନୁଭବ କରିଥିଲେ । ତେବେ ମୃତକଙ୍କ ସଂଖ୍ୟା ଆହୁରି ବଢିବାରେ ବୋଲି ଆଶଙ୍କା କରାଯାଉଛି ।

Leave a Reply

Your email address will not be published. Required fields are marked *